କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି

Published By : Prameya-News7 Bureau | February 27, 2021 IST

ବାଲିଗୁଡା ୨୭।୦୨ : ମନ୍ଦିରରୁ ଚୋରି । ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି ହୋଇଛି । ଲୁଟ୍‌ ସଂପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାଲିଗୁଡାରେ ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ  ଚୋରି ହୋଇଛି। ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇଥିବାବେଳେ ଦକ୍ଷିଣକାଳୀ ମନ୍ଦିରରୁ ଗହଣା ଚୋରୀ ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। ତେବେ ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.