ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ବାନ୍ଧିଲେ ଦୁର୍ବୃତ୍ତ, ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର

Published By : Prameya-News7 Bureau | September 10, 2020 IST

ଅନୁଗୁଳ ୧୦।୦୯: ଅନୁଗୁଳ ଗିରାଙ୍ଗ କେନ୍ଦୁଠିପ ସାହିରେ କଳାକନା ବୁଲାଇଲେ ଦୁର୍ବୁତ୍ତ। ମାରଣାସ୍ତ୍ର ଦେଖାଇବା ସହ ଘର ଲୋକଙ୍କୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା । ଏନେଇ ନାଲକୋ ଥାନାରେ ଏତଲା ପରେ ପୋଲିସର ତନାଘନା ଜାରି।

{"id":327528,"sizeSlug":"large"}

ଖବର ଅନୁଯାୟୀ, ଅନୁଗୁଳ ନାଲକୋ ନଗର ଗିରାଙ୍ଗ ନିକଟସ୍ଥ କେନ୍ଦୁଠିପ ସାହିରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ବୁଧବାର ବିଳମ୍ବିତ ରାତିରେ ଘରର ଗ୍ରୀଲ ତାଡି ଘରୁ ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘରର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ କିଛି ସ୍ପ୍ରେ କରିଥିଲେ । ଯାହା ଦ୍ୱାରା ଘରଲୋକ ବେହୋସ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି।

{"id":327529,"sizeSlug":"large"}

ତେବେ ଏହି ଲୁଟ୍‌ ସମୟରେ ଘରେ ମାତ୍ର ୨ ଜଣ ମହିଳା ଥିଲେ । ମହିଳା ୨ଜଣ ରାତିରେ ପ୍ରାୟ ୨ ଘଣ୍ଟା ବେହୋସ ରହିଥିଲେ। ସେହି ସମୟରେ ଘରର ମୁଖ୍ୟ ବିକ୍ରମ କେଶରୀ ସାହୁ ଘରେ ନଥିଲେ। ତେବେ ଘଟଣାସମ୍ପର୍କରେ ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଟିମ୍ ଆସିଲେ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.