ଲୁଟେରାଙ୍କ ଟାର୍ଗେଟରେ ଛୋଟ ବ୍ୟବସାୟୀ, ନିଶା ଦେଇ କରୁଛନ୍ତି ଲୁଟ୍
1/02/2023 at 1:36 PM

ଆନନ୍ଦପୁର ୦୧।୦୨ : ନିଶା ଦେଇ ଲୁଟ୍ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଗୋଟିଏ ଦିନରେ ୨ଟି ଚୋରି ଘଟଣା ସାମ୍ନାକୁ ଆସିଛି । ଲୁଟ୍ର ଶିକାର ହୋଇଥିବା ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ ଏବେ ସକ୍ରିୟ ହୋଇଛି । ଏମାନଙ୍କ ଟାର୍ଗେଟରେ ଅଛନ୍ତି ଛୋଟ ବ୍ଯବସାୟୀ । କିଣାବିକା ବାହାନାରେ କିଛି ଟଙ୍କା ବାକି ରଖି ବ୍ଯବସାୟୀଙ୍କୁ ବଳକା ଟଙ୍କା ଦେବା ବାହାନାରେ ନେଇଯାଇ ନିଶା ଦେବାପରେ ଟଙ୍କା ଲୁଟିନେଇ ଚମ୍ପଟ ମାରୁଛନ୍ତି ଲୁଟେରା । ଯାହାର ନମୁନା ଦେଖିବାକୁ ମିଳିଛି । ସମାନ ଢଙ୍ଗରେ ଲୁଟ୍ ର ଶିକାର ହୋଇ ମୁମୁର୍ଶ ଅବସ୍ଥାରେ ଉଦ୍ଧାର ହୋଇଥିବା ୨ ଜଣ ବ୍ୟବସାୟୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଉପଖଣ୍ଡ ଅଧିନ ସୋସୋ ଗାଁର ସେକ୍ ରଜାକ୍ ଜଣେ କବାଡିଆ ବ୍ଯବସାୟୀ ମଙ୍ଗଳବାର ସାମଗ୍ରୀ କିଣିବାକୁ ଯାଇ ଲଟ୍ ର ଶିକାର ହୋଇଛନ୍ତି । ବହୁ ପରିମାଣରେ ସାମଗ୍ରୀ ବିକ୍ରି ପାଇଁ କହି ଜଣେ ବ୍ଯକ୍ତି ତାଙ୍କୁ ନିଜ ମୋଟରସାଇକେଲରେ ବସାଇ ନେଇଥିଲେ । ହେଲେ ଆଜି ସକାଳୁ ନିଶାରେ ବେହୋସ୍ ଅବସ୍ଥାରେ ତାଙ୍କୁ ମୋଚିନ୍ଦା ନିକଟରୁ ଉଦ୍ଧାର କରାଯାଇଥିଲା । ତାଙ୍କ ନିକଟକୁ ୧୫ହଜାର ଟଙ୍କା ଲୁଟ୍ ହୋଇଥିବା ସୁଚନା ମିଳିଛି । ଚାରେ ନିଶା ଦେଇ ତାଙ୍କୁ ଲୁଟ୍ ହୋଇଥିବା ଜଣାପଡିଛି ।
ସେହିପରି ମଙ୍ଗଳବାର ଛେଳି ବିକ୍ରି କରିବାକୁ ଶାଳବଣି ହାଟକୁ ଯାଇଥିବା ମୁଗୁପୁର ଗାଁର ଯୁଧିଷ୍ଟିର ଜେନାଙ୍କୁ ମଧ୍ଯ ସମାନ ଢଙ୍ଗରେ ଲୁଟ୍ ହୋଇଛି । ତାଙ୍କୁ ନିଶାଦେଇ ଲଟ୍ କରିବା ପରେ ଲୁଟେରା ମାନେ ଘଷିପୁରା ଥାନା କଇନିପୁରା ନିକଟରେ ପକାଇ ଚାଲିଯାଇଥିଲେ । ଏଭଳି ଲୁଟେରାଙ୍କୁ ଖୋଜି ଦଣ୍ଡିତ କରିବାକୁ ସାଧାରଣରେ ଦାବି ହୋଇଛି ।