ବାଇକ୍‌ରେ ଆସିଲେ, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା-ସୁନା

Published By : Prameya-News7 Bureau | January 22, 2023 IST

ଆନନ୍ଦପୁର ୨୨।୦୧ : ସକାଳୁ ସକାଳୁ ଲୁଟ୍‌ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଚେନ୍‌ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ହାସନପୁର ଟୋଲଗେଟ୍‌ ନିକଟରେ ଥିବା କବାଡିଆ ଦୋକାନରୁ ଲୁଟ୍‌ ହୋଇଛି ।  

ଖବର ଅନୁଯାୟୀ, ଶିବାନନ୍ଦ ସାହୁ ରବିବାର ସକାଳୁ ଦୋକାନ ସାମ୍ନାରେ ବସିଥିବା ବେଳେ ଅଚାନଖ ୩ଜଣ ଯୁବକ ଆସିଥିଲେ । ହଠାତ୍‌ ବନ୍ଧୁକ ସମେତ ମାରଣାସ୍ତ୍ର ଦେଖାଇ ୭ଲକ୍ଷ ଟଙ୍କା , ପିନ୍ଧିଥିବା ସୁନା ଚେନ୍‌ ଓ ମୋବାଇଲ୍‌ ନେଇ ପଳାଇଛନ୍ତି । ଲୁଟେରାମାନେ ବାଇକ୍‌ ଯୋଗେ ଆସିଥିବା ବେଳେ ଲୁଟ୍‌ ବେଳେ ଶିବାନନ୍ଦଙ୍କ ସହ ଧସ୍ତାଧସ୍ତି ହୋଇଛି ।

ସେପଟେ ଲୁଟ୍‌ ସଂପର୍କରେ ସୂଚନା ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ନିକଟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ହେଲେ ଲୁଟେରାଙ୍କର କୌଣସି ଟେର୍‌ ପାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.