scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାତିରେ କଳାକନା ବୁଲାଇଲେ ଲୁଟେରା, ଏକାଧିକ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌

24/11/2021 at 11:17 AM

ଆନନ୍ଦପୁର ୨୪।୧୧ : ତାଲା ଭାଙ୍ଗି ଦୋକାନରୁ ଲୁଟ୍‌ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା ବଜାରର ୪ଟି ଦୋକାନରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶାଳପଡ଼ା ବଜାରର ୪ଟି ଦୋକାନରୁ ଲୁଟ୍‌ ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଓ ଟଙ୍କା ପଇସା ଲୁଟି ନେଇଛନ୍ତି । ତେବେ ବୁଧବାର ଦିନ ଚାବି ଭଙ୍ଗା ହୋଇ ଦୋକାନ ଖୋଲାପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ନିକଟସ୍ଥ ଥାନାକୁ ଖବର ଦେଇଥିଲା । ଖବର ପାଇ ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts