ବ୍ୟାଙ୍କ ଲୁଟ୍ ଘଟଣାରେ ନୂଆ ଖୁଲାସା : ଋଣ ଟଙ୍କା ଶୁଝିବାକୁ ବ୍ୟାଙ୍କ ଲୁଟ୍, ଲୁଟେରା ନିକଟରୁ ୧୦ଲକ୍ଷ ଟଙ୍କା ଓ ବନ୍ଧୁକ ଜବତ

Published By : Prameya-News7 Bureau | October 05, 2020 IST

ଭୁବନେଶ୍ୱର ୦୫।୧୦: ଭୁବନେଶ୍ବର ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣାରେ ନୂଆ ଖୁଲାସା । ଲୁଟେରା ଗିରଫ, ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ । ଗିରଫ ଲୁଟେରା ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ଟୁନା ଜେନା ।

କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ଟୁନାକୁ ଗିରଫ କରିବା ଜଣା ପଡିଛି ଯେ, ସେ ଋଣ ସୁଝିବାକୁ ଲୁଟ୍ କରୁଥିଲା । ଟୁନା ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ, ଲୁଟ୍ ରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା ମଧ୍ୟ ଜବତ କରାଯାଇଛି । ଟୁନାର ଘର ଟାଙ୍ଗି ବନ୍ତ ଅଞ୍ଚଳରେ । ଗତ ୨୮ ତାରିଖରେ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏହି ଲୁଟ୍ ହୋଇଥିଲା । ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା ।

ଟୁନା ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଦୁଇଟି ଯାକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି । ଇନଫୋସିଟି ଥାନା ଅଧିନ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୨ ଲକ୍ଷ ୮୧ ହଜାର ଏବଂ ମଞ୍ଚେଶ୍ବର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ୯ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ କରିଥିଲା ଟୁନା ।

ଋଣ କରିଥିବା ଟଙ୍କା ସୁଝିବା ପାଇଁ ଟୁନା ବ୍ୟାଙ୍କ ଲୁଟୁଥିଲା । ଟାଙ୍ଗୀ ବନ୍ତ ଅଞ୍ଚଳରେ ଜେନା ନ୍ୟୁ ଷ୍ଟାଇଲ୍ ନାଁରେ ଟୁନାର ଏକ ଦୋକାନ ରହିଛି । ଟୁନା ଜଣେ ସଂଭ୍ରାନ୍ତ ଘରର ପିଲା ବୋଲି ଜଣାପଡିଛି । ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଥିଲା ଟୁନା । ତେବେ ଋଣ ସୁଝିବାକୁ ସେ ବ୍ୟାଙ୍କ ଲୁଟ କରୁଥିବା ପୋଲିସ କହିଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କାଡ୍ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.