ଗହଣା ଦୋକାନରୁ ଲୁଟ୍ ଉଦ୍ୟମ; ମରଣାନ୍ତକ ଆକ୍ରମଣରେ ୨ ଗୁରୁତର
15/12/2022 at 11:25 PM

ସାନଖେମୁଣ୍ଡି ୧୫/୧୨: ଗଞ୍ଜାମ ଆସିକା ବଜାର ସାହିରେ ଥିବା ମହାଲକ୍ଷ୍ମୀ ସୁନା ଦୋକାନରେ ରାତି ୮ରେ ଡକାୟତି ହୋଇଛି। ଦୋକାନ ମାଲିକ ପ୍ରଭାକର ପାତ୍ର ଦୋକାନ ବନ୍ଦ କଲାବେଳେ ହଠାତ ୪ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଦୋକାନକୁ ପଶିଥିଲେ। ମାରଣାସ୍ତ୍ର ଦେଖାଇ ଦୁର୍ବୁତ୍ତମାନେ ମାଲିକ ପ୍ରଭାକରଙ୍କୁ ଲକର ଚାବି ମାଗି ଭଙ୍ଗାରୁଜା କରିଥିଲେ।
ଲକର ଚାବି ନଦେବାରୁ ଅଭିଯୁକ୍ତମାନେ ମାରଣାସ୍ତ୍ରରେ ମାଲିକଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ଘରେ ଥିବା ଝିଅ ସେଠାରେ ପହଞ୍ଚିବାଥିଲେ। ମାଲିକଙ୍କ ଝିଅଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ପରେ ପାଟି ତୁଣ୍ଡ ଶୁଣି ଲୋକ ଜମା ହେବା ପରେ ଘଟଣା ସ୍ଥଳରୁ ଦୁର୍ବୁତ୍ତମାନେ ଚମ୍ପଟ ମାରିଥିଲେ। ଆହାତ ବାପା-ଝିଅ ଆସିକା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023