ପେଟ୍ରୋଲ୍ ପମ୍ପରେ ଅଘଟଣ: ବନ୍ଧୁକ ଦେଖାଇ ସେଲ୍ସମ୍ୟାନଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟିଲେ ଦୁର୍ବୃତ୍ତ
17/02/2023 at 11:52 PM

ପାଟଣା ୧୭/୦୨: ପେଟ୍ରୋଲ୍ ପମ୍ପ୍ ସେଲ୍ସମ୍ୟାନଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ହତ୍ୟା ଧମ ଦେଇ ୫ ଜଣ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଏହି ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡୁମୁରିଗୁ ପାଖ ଭାରତ ପେଟ୍ରୋଲ ପମ୍ପରେ ଘଟିଛି।
ଖବର ଅନୁସାରେ, ପ୍ରଥମେ ଦୁଇ ଅଭିଯୁକ୍ତ କ୍ୟାସ କାଉଣ୍ଟରକୁ ଯାଇ ସିକ୍ୟୁରିଟି ଗାର୍ଡକୁ ବନ୍ଧୁକ ଦେଖାଇ ତାଙ୍କୁ ଟଙ୍କା ମାଗିଥିଲେ। ପରେ ଗାଡି ପାଖକୁ ସେମାନେ ଆସି ସେଲସମ୍ୟାନକୁ ବନ୍ଧୁକ ସହ ଭୁଜାଲି ଦେଖାଇ ତାଙ୍କ ମୋବାଇଲ ଫୋନ ନେଇଯାଇଥିଲେ।

ପରେ ତାଙ୍କ ପକେଟ୍ରେ ଥିବା ୩୫୦୦ ଟଙ୍କା ନେଇ ଘଟଣାସ୍ଥଳରୁ କେନ୍ଦୁଝର ଆଡକୁ ପଳାଇଥିଲେ। ଏନେଇ ସେଲସ ମ୍ୟାନ ଲୋକନାଥ ପମ୍ପ ମାଲିକ ତୁଷାର ରଞ୍ଜନ ସାହୁଙ୍କୁ ଜଣାଇଥିଲେ। ପରେ ମାଲିକ ଗୁରୁବାର ତୁରୁମୁଙ୍ଗା ଥାନାରେ ଏନେଇ ଏତଲା ଦେଇଥିଲେ। ଅଭିଯୋଗ ପରେ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।