ସକାଳୁ ସକାଳୁ ମାତିଲେ ଲୁଟେରା, ଘରେ ପଶି ଲୁଟିନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | October 21, 2022 IST

କଟକ ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ।

ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଲୁଟ୍‌ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାକୁ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଡକାୟତ । ଫଳରେ ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ ହୋଇଛନ୍ତି ।

ସେପଟେ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟିନେବା ସହ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ରାତିରେ ଲୁଟ୍ ପାଟ୍ ବଦଳରେ ସକାଳୁ ସକାଳୁ ଡକାୟତମାନେ ଏପରି କରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା । ଏପଟେ ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଦୀପ୍ତିଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.