ନିଶା ଦେଇ ନଡ଼ିଆ ବ୍ୟବସାୟୀଙ୍କୁ ଲୁଟିଲେ, ଅଚେତ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | December 10, 2022 IST

ଭଦ୍ରକ ୧୦/୧୨: ଭଦ୍ରକରେ ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ଟଙ୍କା ସହ ନଡିଆ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ । ଅଚେତ ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଭଦ୍ରକ ଵ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା ଭଦ୍ରକ ସହର ବାଲଗୋପାଲ ମନ୍ଦିର ପାଖରେ ବସି ନଡିଆ ବେପାର କରନ୍ତି । ଆଜି ବାକିଥିବା କିଛି ନଡିଆକୁ ଧରି ଘରକୁ ଯାଉଥିବା ସମୟରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ସମସ୍ତ ନଡ଼ିଆ ନେଇଯିବାକୁ କହି ନେଇଯାଇଥିଲେ।

ପରେ ତାଙ୍କୁ ଚା ସାଥିରେ କିଛି ମିଶାଇ ଦେଇଥିଲେ । ଏହି ଚା ପିଇ ଅଚେତ ଅବସ୍ଥାରେ ସେଠାରେ ପଡି ଯାଇଥିଲେ ଗଙ୍ଗାଧର ଜେନା । ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.