ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି, ଚାକିରୀ ଦେବା ନାଁରେ ଠକିଛନ୍ତି କୋଟିଏରୁ ଅଧିକ ଟଙ୍କା

Published By : Prameya-News7 Bureau | July 05, 2022 IST

ଭୁବନେଶ୍ବର ୫।୭: ଦୁଇ ଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ଠକ ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ EOW । ଉଭୟ କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ । ଚାକିରୀ ଦେବା ନାଁରେ ଆଶାୟୀଙ୍କଠାରୁ ଠକି ନେଇଛନ୍ତି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା । ଠକେଇ ନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା । ବିକୁ ବିଶୋଇ ଘର ଗଂଜାମ ଭଞ୍ଜନଗର ଓ ମାନିକନ୍ଦନ ଘର ଚେନ୍ନାଇରେ ।

କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହ ବିଭିନ୍ନ କମ୍ପାନୀ କରି ଲୋକଙ୍କୁ ଠକୁଥିଲେ । ଏବେ ଏହି ଦୁଇ ଠକ ମାଲେସିଆରେ ଲୁଚିଥିବା ଜଣାପଡିଛି । ଏମାନଙ୍କ ବିଷୟରେ ଅଧିକ ତଥ୍ୟ ଦେଲେ ୯୪୩୯୨୧୬୪୫୧ ନମ୍ବରରେ ଯୋଗଯୋଗ କରିବାକୁ EOW ପକ୍ଷରୁ କୁହାଯାଇଛି । ।

ତେବେ ତଥ୍ୟପ୍ରଦାକାରୀଙ୍କୁ ପୁରସ୍କାର ଦେବା ସହ ସେମାନଙ୍କ ନାମଗୋପନ ରଖାଯିବ ।ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.