ବିଶ୍ୱର ସବୁଠୁ ନିଃସଙ୍ଗ ହାତୀର ଯନ୍ତ୍ରଣାଦାୟକ ଜୀବନ, ସାଥୀ ଯିବା ପରଠୁ ଶିକୁଳିରେ ହୋଇଥିଲା ବନ୍ଧା

Published By : Prameya-News7 Bureau | August 18, 2020 IST

କାମ୍ବୋଡିଆ, ୧୮|୦୮:   ବର୍ଷ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇ ରହିଥିଲା ହାତୀ । ଏକାକି କାଟୁଥିଲା ଜୀବନ । ନିସଙ୍ଗ ହୋଇ ରହୁଥିଲା । ଏବେ କିନ୍ତୁ ନୂଆ ଜୀବନ ପାଇଛି ହାତୀ କାଭନ ।

{"id":316584,"sizeSlug":"large"}

ସୂଚନାନୁସାରେ, ପାକିସ୍ତାନର ମାରାଘାଜର୍ ପ୍ରାଣୀ ଉଦ୍ୟାନରେ ଏହି ହାତୀଟି ଥିଲା । ହାତୀର ନାଁ ଦିଆଯାଇଥିଲା କାଭନ । ୮ ବର୍ଷ ପୂର୍ବେ ତାର ସାଥୀ ହାତୀ ପ୍ରାଣ ହରାଇଥିଲା । ୧୯୯୦ରୁ ହାତୀ ଦୁଇଟି ଏକାଠି ଥିଲେ କିନ୍ତୁ ସାଥୀ ହାତୀ ମରିବା ପରେ କାଭନ ଏକା ହୋଇଯାଇଛି । ସେବେଠୁ କାଭନକୁ ଶିକୁଳିରେ ବାନ୍ଧି ରଖାଯାଇଥିଲା । ତାକୁ ମୁକ୍ତ କରିବା ପାଇଁ ହଜାର ହଜାର ପିଟିସନ୍ ଫାଇଲ ମଧ୍ୟ କରାଯାଇଛି । ଏପରିକି ଅନେକ ନାମିଦାମୀ ସେଲିବ୍ରିଟି ମଧ୍ୟ ହାତୀକୁ ମୁକ୍ତ କରିବାକୁ କରିଥିଲେ।

{"id":316585,"sizeSlug":"large"}

ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପୂର୍ବରୁ ହାତୀକୁ ବନ୍ଧା ଯାଇନଥିଲା । କିନ୍ତୁ ଧିରେଧିରେ କାଭନ ହିଂସ୍ର ହେବା ସହ ଆକ୍ରମଣ କରାଯାଇଥିଲା । ତେଣୁ ତାକୁ ବାନ୍ଧି ରଖାଯାଇଥିଲା । ଇସଲାମବାଦରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲେ ମଧ୍ୟ ହାତୀକୁ ସେପରି ଛଡାଯାଇଥିଲା । ଏତେ ଖରା ସତ୍ତ୍ୱେ କାଭନକୁ ମୁକ୍ତ କରନଯାଇ ଖରାରେ ରଖାଯାଇଥିଲା ।

{"id":316587,"width":623,"height":414,"sizeSlug":"large"}

ପାକିସ୍ତାନ ଓ୍ୱାଇଲ୍ଡ ଲାଇଫ୍ ଫାଉଣ୍ଡେସନର ନିର୍ଦ୍ଦେଶକ ସଫଓ୍ୱାନ ସାହାବ ଅହମ୍ମଦ, କହିଛନ୍ତି ଯେ,  ସେ ହାତୀକୁ ୧୯୯୦ରୁ ଷ୍ଟଡି କରୁଛନ୍ତି । ତାର ଆଚରଣକୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଅଧିକାଂଶ ସମୟରେ ହାତୀଟି ମୁଣ୍ଡକୁ ହଲାଉଛି । ତେବେ ତାକୁ ସ୍ୱାଧିନ କରାଗଲେ ଆଚରଣରେ ପରିବର୍ତ୍ତନ ଆସିବ  । ତେବେ ଆଉ କିଛି ବିଶେଷଜ୍ଞ ଏହାକୁ ଖଣ୍ଡନ କରିଛନ୍ତି । କାଭନ ପାଇଁ ଆଉ ଏକ ସାଥୀ ଖୋଜିଲେ ସେ ଠିକ୍ ହୋଇଯିବ ବୋଲି ମତ ଦେଇଥିଲେ  ।

ଶେଷରେ ଇସଲାମବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ମେ ମାସରେ କାଭନକୁ କାମ୍ବୋଡିଆର ଏକ ଅଭୟାରଣ୍ୟରେ ଛଡା ଯାଇଥିଲା ।  ଏଠାରେ ସେ ଏକ ନୂଆ ଜୀବନ ପାଇଛି । ସେଠାରେ ତାକୁ ଆଉ କିଛି ସାଥି ହାତୀ ମିଳିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.