ୱାଶିଂଟନ୨୦/୧୧: ଏପରି ଏକ କାର୍ ଯାହା ଦିନେ ବିଶ୍ୱର ସବୁଠୁ ଲମ୍ବା କାର ରୂପେ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏହି କାର୍ର ଲମ୍ବ ୧୦୦ ଫୁଟ ଥିବା ବେଳେ ଏଥିରେ ୨୬ଟି ଚକ ଲାଗିଥିଲା। ଏହି ବିଳାମସୟ କାର୍ ନାଁ ଆମେରିକାନ ଡ୍ରିମ ରଖାଯାଇଥିଲା। କାର୍ ଏତେ ଲମ୍ବା ଥିଲା ଯେ ଏହା କାର୍ କମ୍ ବେଶି ଟ୍ରେନ ଭଳି ଦେଖାଯାଉଥିଲା।
{"id":547235,"width":696,"height":389,"sizeSlug":"full","linkDestination":"none"}
ଏହି କାରକୁ ସମ୍ପୂର୍ଣ୍ଣ ବିଳାସମୟ ଭାବେ ଡିଜାଇନ୍ କରି ସଜା ଯାଇଥିଲା। ଏଥିରେ ଟିଭି, ଫ୍ରିଜ, ଟେଲିଫୋନ, ବାଥଟବ୍ ଏହା ସହ ବ୍ୟକ୍ତିଗତ ହ୍ୟାଲିପେଡ, ମିନି ଗଲ୍ଫ କୋର୍ସ, ସ୍ୱିମିଙ୍ଗ୍ପୁଲ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ଥିଲା। କାରଟି ଲମ୍ବା ହୋଇଥିବାରୁ ଏଥିରେ ସର୍ବାଧିକ ୭୦ ଜଣ ଲୋକଙ୍କର ବସିବାର ବ୍ୟବସ୍ଥା ଥିଲା। ଗୋଟିଏ କାର୍ରେ ଏତେସବୁ ବିଳାସମୟ ସୁବିଧା ମିଳୁଥିବାରୁ କାର୍ ସେତେବେଳେ ସମୟରେ ଖୁବ୍ ଲୋକପ୍ରିୟ ହୋଇଥିଲା।
{"id":547236,"width":661,"height":371,"sizeSlug":"large","linkDestination":"none"}
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୯୮୦ ମସିହାରେ ତିଆରି ହୋଇଥିବା ଆମେରିକାନ୍ ଡ୍ରିମ କାରକୁ କୌଣସି କମ୍ପାନୀ ନୁହେଁ ବରଂ ହଲିଉଡ ଫିଲ୍ମ ପାଇଁ ଗାଡ଼ି ଡିଜାଇନ୍ କରୁଥିବା ଜେ ଓହରବର୍ଗ ତିଆରି କରିଥିଲେ। ଓହରବର୍ଗ ଜଣେ ଦକ୍ଷ କାର୍ ଡିଜାଇନର ଥିବାରୁ ତାଙ୍କର କାର୍ ପ୍ରତି ବେଶ୍ ରୁଚିଥିଲା। ସେ ନିଜ ପାଇଁ ମଧ୍ୟ ବହୁତ ପ୍ରକାର ଡିଜାଇନ କରିଛନ୍ତି। ତେବେ ଓହରବର୍ଗ ଏହି କାର୍ ତିଆରି କରିବା ପୂର୍ବରୁ ୧୯୭୬ ମସିହାରେ କାର୍ଡିଲାକ୍ ଏଲ୍ଡରୋଡୋ ଲିମୋଜିନ ତିଆରି କରିଥିଲା। କାର ସମ୍ପୂର୍ଣ୍ଣ ତିଆରି ହୋଇ ରାସ୍ତାକୁ ଓହ୍ଲାଇବାକୁ ୧୨ ବର୍ଷ ଲାଗିଯାଇଥିଲା।
{"id":547237,"width":598,"height":393,"sizeSlug":"full","linkDestination":"none"}
ଏହି କାରକୁ ଚଳଚ୍ଚିତ୍ରରେ ଶୁଟିଂ ବେଳେ ବ୍ୟବହାର ପାଇଁ ତିଆରି କରାଯାଇଥିଲା। ଏଥିରେ ଶକ୍ତିଶାଳି V8 ଇଞ୍ଜିନ୍ ଲାଗାଯାଇଥିଲା। କାର ବନେଟରେ ହେଲିପ୍ୟାଡ଼ ତିଆରି କରାଯାଇଥିଲା। ବହୁ ବଡ଼ ବଡ଼ ଲୋକ ଏହାକୁ ମଧ୍ୟ ଭଡ଼ା ସୂତ୍ରରେ ନେଇ ବ୍ୟବହାର କରୁଥିଲେ। ସେତେବେଳେ ଏହାର ଭଡ଼ା ଘଣ୍ଟାକୁ ୧୪,୦୦୦ ଟଙ୍କା ସ୍ଥିର କରା ଯାଇଥିଲା। ଏହି କାର ଅଧିକ ଲମ୍ବା ଥିବା ସତ୍ତ୍ୱେ ମଧ୍ୟ ମଝିରୁ ଉଭୟ ପାର୍ଶ୍ୱକୁ ବୁଲି ପାରୁଥିଲା।
{"id":547239,"sizeSlug":"full","linkDestination":"none"}
ସମୟ ବିତିବା ସହିତ କାର୍ ମେଣ୍ଟେନାନ୍ସରେ ଅଧିକ ଖର୍ଚ୍ଚ ହେଲା ପାର୍କିଂ ପାଇଁ ମଧ୍ୟ ଅଧିକ ସ୍ଥାନ ଆବଶ୍ୟକ ହେଲା। ତେଣୁ କାର୍ରେ ଚାହିଦା କମିବା ପରେ ଏହାକୁ ଆଉ ବ୍ୟବହାର କରାଗଲା ନାହିଁ। ଅନେକ ଦିନ ହେଲା ଅବ୍ୟବହୃତ ହୋଇ ପଡ଼ିବା ପରେ ମ୍ୟୁଜିୟମରେ ରଖାଯାଇଥିଲା। ପରେ ଜଣେ ଏହାକୁ କିଣି ଏହାର ପୁଣିଥରେ ମରାମତି କରିବା କାମ ଆରମ୍ଭ କରିଦେଇଛନ୍ତି।