ମଦ ପାଇଁ ଠେଲାପେଲା: ଶେଷରେ ଅସମ୍ଭାଳ ଗହଳି ଦେଖି ସବୁ ମଦ ଦୋକାନକୁ ବନ୍ଦ କଲା ପୋଲିସ
4/05/2020 at 6:34 PM

ନୂଆଦିଲ୍ଲୀ୪/୫: ଲିକର ପାଇଁ ଲମ୍ବା ଲାଇନ୍ । ମଦ କିଣିବାକୁ କିଲୋମିଟର ବ୍ୟାପି ଲାଇନ୍ ରେ ଲୋକେ । କାରଣ ମାର୍ଚ୍ଚ ୨୪ରୁ ବନ୍ଦ ଥିଲା ଦୋକାନ। ୪୦ ଦିନ ପରେ କାଉଣ୍ଟର ଖୋଲିବା ପରେ ନିଜକୁ ଆଉ କଣ୍ଟେ୍ରଲ କରିପାରି ନାହଁନ୍ତି ଗ୍ରାହକ । ଦୋକାନ ଖୋଲିବାର ବହୁ ପୂର୍ବରୁ ଧାଡି ଲାଗି ଯାଇଥିଲେ। ରାଜଧାନୀ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳର । ଏଠି କିଲୋମିଟର ବ୍ୟାପି ଧାଡି ଲମ୍ବିଛି । ମଦ କିଣିବାକୁ ଚାଲିଛି ପ୍ରତିଯୋଗିତା । ସମାନ ଦୃଶ୍ୟ କରୋଲ ବାଗ, ଆରକେ ପୁରମ, କ୍ରିଷ୍ଣାନଗର, ମାଲବ୍ୟନଗର । ସବୁଠି ଶହ ଶହ ଲୋକଙ୍କ ଲାଇନ୍ । କିଛି ଲୋକ ତ ସୁବିଧା ଦେଖି ପେଟି ମଦ କିଣି ନେଇଥିଲେ ।
ଏହାରି ଭିତରେ କିନ୍ତୁ ଅଳ୍ପ କିଛି ସ୍ଥାନରେ ଲୋକେ ସାମାଜିକ ଦ୍ବରତ୍ବକୁ ମାନିଥିଲେ । ଅନେକ ସ୍ଥାନରେ ଏହାକୁ ଫୁ କରିଦେଇଥିଲେ ଲୋକେ । ମଦ କିଣିବାର ଲଢେଇ ଭିତରେ ଯେମିତି କରୋନା ପଳାଇଥିବା ଏମାନେ ଧରି ନେଇଥିଲେ । ସ୍ଥିତି ଏମିତି ହେଲା ଯେ ଦିଲ୍ଲୀର କିଛି ସ୍ଥାନରେ ପୋଲିକୁ ମୃଦୁ ଲାଠି ଚଳାଇବାକୁ ପଡିଥିଲା । ଶେଷରେ ଅସମ୍ଭାଳ ଗହଳିକୁ ଦେଖି ଦିଲ୍ଲୀର ୪ ଟି ଜିଲ୍ଲାରେ ସବୁ ମଦ ଦୋକାନକୁ ବନ୍ଦ କରି ଦେଇଛି ପୋଲିସ ।
କେବଳ ଦିଲ୍ଲୀରେ ମଦ ପାଇଁ ଏଭଳି ସ୍ଥିତି ଉପୁଜିଥିଲା ତାହା ନୁହେଁ । ଯେଉଁ ସବୁ ସ୍ଥାନରେ ମଦ ଦୋକାନ ଖୋଲିଥିଲା ଉଣା ଅଧିକେ ସବୁଠି ଲାଗିଥିଲା ଗହଳି । କର୍ଣ୍ଣାଟକର ହୁବଳି ହେଉ କି ବେଙ୍ଗାଳୁର, ପୁନେ ହେଉ କି ଲକ୍ଷ୍ନୌ । ସବୁଠି ଧାଡି ବାନ୍ଧିଥିଲେ ଲୋକେ । ସୋସିଆଲ ଡିସଣ୍ଟାନ୍ସ ମେଣ୍ଟନ୍ ପାଇଁ ମଦ ଦୋକାନ ନିକଟରେ ଲୋକଙ୍କୁ ଅପିଲ କରୁଛି ପୋଲିସ । କାନ ଖୋଲିନି– କିନ୍ତୁ ଧାଡି ଲମ୍ବି ଲାଗି ଯାଉଛି । କର୍ଣ୍ଣାଟକରେ ତ ଦୋକାନ ଆଗରେ ଲୋକେ ଫୁଲ, ନଡିଆ ଧରି ପ୍ରାର୍ଥନା କରିଥିବା ଦେଖାଯାଇଥିଲା ।
ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି । ଅନେକ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ କିଛି ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି ।