ବିଶ୍ୱର ଲମ୍ବା କେଶ ଥିବା ଝିଅଙ୍କ ଗାଁ, କେଶର ଲମ୍ବ ୫ରୁ ୭ଫୁଟ୍‌

Published By : Prameya-News7 Bureau | March 16, 2022 IST

ନୂଆଦିଲ୍ଲୀ ୧୬/୦୩; ଝିଅ ମାନଙ୍କ ସୌନ୍ଦର୍ଯ୍ୟ ବଢାଏ କେଶ। ଲମ୍ବା, ଘନ କେଶ ସୌନ୍ଦର୍ଯ୍ୟକୁ ଯେମିତି ଦ୍ବିଗୁଣିତ କରିଦିଏ। ପ୍ରାୟତଃ ଲୋକଙ୍କୁ ଲମ୍ବା କେଶ ଥିବା ଝିଅ ପସନ୍ଦ। କେଶର ଯତ୍ନ ନେବାକୁ ଅନେକ ଲୋକ ଚାହାନ୍ତି। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡେ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠି ସବୁଠୁ ଅଧିକ ଲମ୍ବା କେଶ ଥିବା ଝିଅ ଓ ମହିଳା ରୁହନ୍ତି। ଅର୍ଥାତ୍‌ ସମସ୍ତଙ୍କର କେଶ ବେଶ୍‌ ଲମ୍ବା। ସାଧାରଣତଃ ମହିଳାଙ୍କର କେଶର ଲମ୍ବ ୫ରୁ ୭ଫୁଟ୍‌। ଏହି ସୁନ୍ଦରୀ ଯୁବତୀଙ୍କ ସୌନ୍ଦର୍ଯ୍ୟର ରାଜ୍‌ କଣ? କେଉଁ ଦେଶରେ ଏହି ଗାଁ?

ଚାଇନାର ହୁଆଙ୍ଗଲୁ ୟୋ। ଗାଁରେ ଝିଅ ଓ ମହିଳା ମାନେ ରଖନ୍ତି ଲମ୍ବା କେଶ। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଏହି ଗାଁର ନାଁକୁ ସ୍ଥାନ ଦିଆଯାଇଛି। ହୁଆଙ୍ଗଲୁ ୟୋ ଜିନ୍ସା ନଦୀ କୂଳରେ ଅବସ୍ଥିତ। ଏଠାକାର ଝିଅ ତଥା ମହିଳା ମାନେ ମାନେ ଲମ୍ବା, ଘନ, କଳା କେଶ ପାଇଁ ଜଣାଶୁଣା। ସେଥିପାଇଁ ସେମାନଙ୍କ ନାଁ ବି ସ୍ବତନ୍ତ୍ର। ଗାଁର ମହିଳାମାନଙ୍କୁ ରିପଞ୍ଜାଲ୍ ବା ଡିଜନି ରାଜକୁମାରୀ କୁହାଯାଏ।

ତେବେ ଏତେ ଲମ୍ବା କେଶ ପଛର କାରଣ କଣ? ହୁଆଙ୍ଗଲୁ ୟୋ ଗାଁର ମହିଳାମାନେ ପ୍ରତିଦିନ ନଦୀ ପାଣିରେ କେଶ ଧୋଇଥାନ୍ତି । ଏଥିସହ ସେମାନେ ଏକ ସ୍ବତନ୍ତ୍ର ପ୍ରକାରର ସାମ୍ପୋର ବ୍ୟବହାର କରନ୍ତି। ଅଙ୍ଗୁର ଚୋପା ଏବଂ ଚାଉଳ ପାଣିକୁ ଫୁଟାଇ ସେମାନେ ସାମ୍ପୋ ତିଆରି କରନ୍ତି। ଏହି ସାମ୍ପକୁ ସେମାନେ ସପ୍ତାହକୁ ଥରେ ବ୍ୟବହାର କରନ୍ତି। ଏହି ଗାଁର ମହିଳାମାନେ ନିଜ ଜୀବନରେ କେବଳ ଥରେ କେଶ କାଟିଥାନ୍ତି, ଯେତେବେଳେ ସେମାନେ ୧୮ ବର୍ଷର ହୋଇଥାନ୍ତି। ଏହା ସେମାନଙ୍କର ଏକ ପରମ୍ପରା। ତାପରେ କେଶର ଯତ୍ନ ହିଁ ନେଇଥାନ୍ତି। ସେଥିପାଇଁ ଗାଁଟିର ମହିଳାମାନଙ୍କ ସୌନ୍ଦର୍ଯ୍ୟଜ୍ଞାନକୁ ପ୍ରଶଂସା କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.