କେବେ ପରଦାକୁ ଆସିବ ପୁଷ୍ପା-୨ ଏବଂ କେଜିଏଫ୍‌-୩ ? ଫ୍ୟାନ୍ସ କରିଛନ୍ତି ଅପେକ୍ଷା...

Published By : Prameya-News7 Bureau | June 28, 2022 IST

ନୂଆଦିଲ୍ଲୀ ୨୮।୦୬ : ଚଳିତ ବର୍ଷ ୨୦୨୨ ପାଇଁ ସିନେମା ଜଗତରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯେଉଁଠାରେ ପ୍ରଶଂସକଙ୍କ ଆଖି ହିନ୍ଦୀ ସିନେମା ଉପରେ ରହିଥିଲା ଏବେ ସାଉଥ ଇଣ୍ଡଷ୍ଟ୍ରି ଉପରେ ରହିଛି । ଗତ କିଛି ମାସ ମଧ୍ୟରେ, 'ପୁଷ୍ପା ଦି ରାଇଜ୍', 'RRR' ଏବଂ 'କେଜିଏଫ୍‌-୨' ସମେତ ସାଉଥର କିଛି ଫିଲ୍ମ ରିଲିଜ୍‌ ହୋଇଥିଲା। ଯାହା ବକ୍ସ ଅଫିସରେ ଧମାଲ୍‌ କରିଥିଲା । କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ଏହି ଫିଲ୍ମ ଗୁଡ଼ିକର ସିକ୍ୱେଲ୍‌କୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ କହିବାକୁ ଯାଉଛୁ ସାଉଥ ଚଳଚ୍ଚିତ୍ରର ସିକ୍ୱେଲ୍‌ ଗୁଡିକ କେବେ ରିଲିଜ୍ ହେବ।

୧୪ ଏପ୍ରିଲ୨୦୨୨ ରେ ରିଲିଜ୍‌ ହୋଇଥିବା 'କେଜିଏଫ୍‌-୨' ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା ।  ଏହି ଚଳଚ୍ଚିତ୍ରରେ ରକି ଭାଇ (ୟଶ) ଏବଂ ଅଧିରା (ସଞ୍ଜୟ ଦତ୍ତ) ଙ୍କ ଭୂମିକା ପ୍ରଶଂସକଙ୍କ ହୃଦୟ ଜିତିଥିଲା। ବର୍ତ୍ତମାନ ତାଙ୍କ ଫ୍ୟାନ୍ସମାନେ ତୃତୀୟ ପାର୍ଟ ତଥା

କେଜିଏଫ୍‌-୩କୁ ଅପେକ୍ଷା କରିଛନ୍ତି । ଫିଲ୍ମର ପାର୍ଟ-୩  ବିଷୟରେ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । 'କେଜିଏଫ୍' ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସାଲାର'ରେ ବ୍ୟସ୍ତ ଅଛନ୍ତି। କୁହାଯାଇଛି କି ୨୦୨୫ ବର୍ଷ ସୁଦ୍ଧା 'କେଜିଏଫ୍‌-୩' ରିଲିଜ୍ ହୋଇପାରେ।

ଗତ ବର୍ଷ ପ୍ରେକ୍ଷାଳୟରେ ଅଲ୍ଲୁ ଅର୍ଜୁନ ଏବଂ ରଶମିକା ମନ୍ଦନାଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ରିଲିଜ୍‌ ହୋଇଥିଲା। ​​ଯାହା ସାଉଥ ତଥା ହିନ୍ଦୀ ସିନେମାରେ ମଧ୍ୟ ବ୍ଲକ୍‌ବଷ୍ଟର କରିଥିଲା। ଏହି ଫିଲ୍ମର ପାର୍ଟ-୨ ନାମ ହେଉଛି ପୁଷ୍ପା ଦି ରୁଲ୍‌, ଯାହା ଉପରେ କାମ ଏବେ  ଚାଲିଛି । ଏହି ଫିଲ୍ମର ରିଲିଜ୍ ଉପରେ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ ।

ଫିଲ୍ମ 'ବାହୁବଲୀ'ର ବିନା ଏହି ତାଲିକା ଅସମ୍ପୂର୍ଣ୍ଣ, ଯାହାର ପ୍ରଶଂସକମାନେ ଉତ୍ସାହର ସହିତ ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମର ଦୁଇଟି ଅଂଶ ରିଲିଜ୍ ହୋଇଛି। ନିକଟରେ ଖବର ଆସିଥିଲା ​​ଯେ ଫିଲ୍ମର ତୃତୀୟ ଭାଗ ବିଷୟରେ ପ୍ରଭାସ ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏ ବିଷୟରେ  କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

କମଲ ହାସନଙ୍କ ଚଳଚ୍ଚିତ୍ର 'ବିକ୍ରମ' ମଧ୍ୟ ବକ୍ସ ଅଫିସରେ ଧମାଲ୍‌ କରିଥିଲା ଏବଂ ବର୍ତ୍ତମାନ ପ୍ରଶଂସକମାନେ 'ବିକ୍ରମ'ର ଦ୍ବିତୀୟ ଏବଂ ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଚଳଚ୍ଚିତ୍ରର ଦ୍ବିତୀୟ ଭାଗର ପାଇଁ ନିର୍ଦ୍ଦେଶକ ସହ ଅଭିନେତାଙ୍କ ଆଲୋଚନା କରୁଥିବାର ଶୁଣିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.