ନୂଆଦିଲ୍ଲୀ ୧୦।୦୮: ରୋବର୍ଟ ସ୍କୁଲ୍ ଯାଉଛି । ସ୍କୁଲ୍ରେ ଆଟେଡାନ୍ସ ପଡୁଛି । ଆଉ ପାଠ ମଧ୍ୟ ପଢୁଛି ରୋବର୍ଟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। କିନ୍ତୁ ଏପରି ବର୍ତ୍ତମାନ ସମୟରେ ହେଉଛି । ଦିନକୁ ଦିନ ଆଡଭାନ୍ସ ହେଉଛି ଟେକ୍ନୋଲୋଜି । ସାରା ବିଶ୍ବରେ ଆଟିଫିସିଆଲ୍ ଇଣ୍ଟେଲିଜେନ୍ସିକୁ ନେଇ ଖୁବ୍ ଚର୍ଚ୍ଚା । ଏହାର କିଛି ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ ।
କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସିଛି ଏହାର ଏକ ଅଜବ ମାମଲା । ଏକ ୧୨ ବର୍ଷର ଶିଶୁ ବଦଳରେ କ୍ଲାସ୍ ଆଟେଣ୍ଡ କରୁଛି ରୋବୋର୍ଟ । ଏଭଳି ଘଟଣା ଦକ୍ଷିଣ-ପଶ୍ଚିମ ଲଣ୍ଡନରୁ ସାମ୍ନାକୁ ଆସିଛି । ଏକ ୧୨ ବର୍ଷର ଶିଶୁ ସ୍ଥାନରେ କ୍ଲାସ୍ ଆଟେଣ୍ଡ କରୁଛି ଏକ ରୋବଟ୍ । ଶିଶୁଟିର ନାଁ ହେଉଛି ହାୱାର୍ଡ । ସେ ଦକ୍ଷିଣ ପଶ୍ଚିମ ଲଣ୍ଡନରେ ଥିବା ଟୁଇକେନହାମର ବିଦ୍ୟାଳୟର ଛାତ୍ର । ୨୦୨୩ରେ ଏକ ବିରଳ ଆର୍ମ କ୍ୟାନସରରେ ପୀଡିତ ହୋଇଥିଲା ହାୱାର୍ଡ । ଜାନୁଆରୀ ୨୦୨୪ରୁ ତାଙ୍କର କେମୋଥେରାପି ଚାଲୁଛି ।
ତାଙ୍କ ମେଡିକାଲ୍ କଣ୍ଡିସନ୍ କାରଣରୁ ସେ ସ୍କୁଲ୍ ଯିବାକୁ ସକ୍ଷମ ନୁହନ୍ତି । ଏହି କାରଣରୁ ସ୍କୁଲରେ ତାଙ୍କର ଆଟେଣ୍ଡାସ୍ ୫୦ ପ୍ରତିଶତରୁ କମ୍ ହୋଇଯାଇଥିଲା। ତେଣୁ ତାଙ୍କ ସ୍ଥାନରେ ଏକ ରୋବର୍ଟ କ୍ଲାସ୍ କରୁଛି । ତେବେ ଏହା ଏକ ଅଡିଓ-ଭିଜୁଆଲ୍ ଇଣ୍ଟରାକ୍ଟିଭ୍ ରୋବଟ୍ । ଏହା ସାହାଯ୍ୟରେ ହାୱାର୍ଡ ଘରେ ହୁଅନ୍ତୁ କିମ୍ବା ଡାକ୍ତରଖାନାରୁ କ୍ଲାସ ଆଟେଣ୍ଡ କରିପାରନ୍ତି ।
ରୋବର୍ଟ ଜରିଆରେ ହାୱାର୍ଡ କ୍ଲାସରେ ନିଜ କଥା କହିଥାନ୍ତି, ଶିକ୍ଷକଙ୍କ କଥା ଶୁଣନ୍ତି, ନୋଟ୍ ନିଅନ୍ତି ଏବଂ ସେଠାରେ ଯାହା ବି ହୋଇଥାଏ ତାକୁ ନିଜ ଆଖିରେ ଦେଖି ପାରନ୍ତି । ଏପରି ଭାବେ ହାୱାର୍ଡ ଘରେ ରହି ପ୍ରତି କ୍ଲାସ୍ର ଅଂଶ ହୋଇଥାନ୍ତି । ତେବେ ଶିକ୍ଷକ ଏବଂ ଛାତ୍ରମାନଙ୍କୁ ମଧ୍ୟ ରୋବଟ୍ ଟ୍ରେନିଂ ଦିଆଯାଉଛି ।
ଯାହା ଦ୍ବାରା ହାୱାର୍ଡଙ୍କୁ ରୋବଟ୍ ସାହାଯ୍ୟରେ ଶିକ୍ଷା ଗ୍ରହଣ କରିବାରେ ସାହାଯ୍ୟ କରାଯାଇପାରିବ। ଏହି ରୋବଟରେ ଲାଗିଥିବା ଇନ-ବିଲ୍ଟ କ୍ୟାମେରା ସାହାଯ୍ୟରେ ହାୱାର୍ଡ ଶ୍ରେଣୀରେ ହେଉଥିବା ପ୍ରତ୍ୟକ ଆକ୍ଟିଭିଟି ଦେଖିପାରିବେ । ହାୱାର୍ଡ ଏହାର ସ୍ପିକର ଜରିଆରେ ଶିକ୍ଷକଙ୍କ ସହିତ କଥା ହୋଇପାରିବେ ।
ରିପୋର୍ଟ ଅନୁଯାୟୀ, କ୍ୟାନସର ଯନ୍ତ୍ରଣା ସହ ସଂଘର୍ଷ କରୁଥିବା ହାୱାର୍ଡ ସ୍କୁଲକୁ ନେଇ ବହୁତ ଚିନ୍ତିତ ରହୁଥିବା ବେଳେ ଏହା ଏକ ବଡ ସହଯୋଗ ହୋଇଥିଲା । ହାୱାର୍ଡଙ୍କ ସାଙ୍ଗମାନେ ଇଭି ହାୱାର୍ଡଙ୍କୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ନେଇ ନିଜ ସାଙ୍ଗକୁ ସାହାଯ୍ୟ କରିଥାନ୍ତି ।
ତାଙ୍କୁ ଏହି ରୋବଟ୍ ଚାର୍ଟୱେଲ ଚାଇଲ୍ଡ କ୍ୟାନସର ଟ୍ରଷ୍ଟ ଦ୍ୱାରା ଯୋଗାଇ ଦିଆଯାଇଛି । ଏହି ଟ୍ରଷ୍ଟ ସେହି ଶିଶୁ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରେ ଯେଉଁମାନେ ଏକ ଗୁରୁତର ରୋଗରେ ପୀଡିତ ରହିଥାନ୍ତି । ରୋବଟ୍ ଟେକ୍ନୋଲୋଜି ମାଧ୍ୟମରେ ଅନେକ ପିଲାଙ୍କୁ ସାହାଯ୍ୟ କରାଯାଇପାରିବ ବୋଲି ସେମାନେ ଆଶା କରୁଛନ୍ତି।