Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଣ୍ଡନ ମାରାଥନ୍ ବିଜୟୀ ହେଲେ ୨୩ ବର୍ଷୀୟ କେଲଭିନ୍, ବିଭିନ୍ନ କଷ୍ଟ୍ୟୁମ୍‌ରେ ସୃଷ୍ଟି ହେଲା ୪୪ଟି ବିଶ୍ବ ରେକର୍ଡ

25/04/2023 at 3:51 PM

ନୂଆଦିଲ୍ଲୀ ୨୫।୦୪: ଶେଷ ହୋଇଛି ଲଣ୍ଡନ ମାରାଥନ୍ । ରବିବାର ଗ୍ରୀନୱିଚ୍ ଠାରୁ ମଲ୍ ପର୍ଯ୍ୟନ୍ତ ସ୍ଥିର ହୋଇଥିବା ଏହି ମାରାଥନରେ ୪୮ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ମାରାଥନରେ ବିଜୟୀ ହୋଇଛନ୍ତି କେନିଆର ୨୩ ବର୍ଷୀୟ କେଲଭିନ୍ କିପଟମ୍।  ସେ ୪୨ କିଲୋମିଟର ଦୂରତାକୁ ୨ ଘଣ୍ଟା ୧ ମିନିଟ୍ ୨୫ ସେକେଣ୍ଡରେ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲେ। ଏହାସହିତ “ଲଣ୍ଡନ ମାରାଥନ୍ ପୁରୁଷ ବର୍ଗରେ ଦ୍ରୁତତମ ଧାବକ” ଭାବେ କରିଛନ୍ତି  ବିଶ୍ବ ରେକର୍ଡ । କିପଟମ୍ ୫୫,୦୦୦ ଡଲାର (ପ୍ରାୟ ୪୫ ଲକ୍ଷ) ପୁରସ୍କାର ପାଇଛନ୍ତି ।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ବିଭିନ୍ନ ପ୍ରକାର କଷ୍ଟ୍ୟୁମ୍‌ରେ ପ୍ରତିଯୋଗୀମାନେ ୪୪ଟି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଆଲେକ୍ସ ଗ୍ରେଡି, ଯିଏକି ଜଣେ ମାରାଥନ ରନର ହୋଇଥିଲେ ମଧ୍ୟ ବକ୍ସରର କଷ୍ଟ୍ୟୁମରେ ଥିଲେ ।  ସେ ୨ ଘଣ୍ଟା ୩୮ ମିନିଟ୍ ୫୨ ସେକେଣ୍ଟରେ ଫିନିସ୍ ଲାଇନରେ ପହଞ୍ଚିବାରେ ପ୍ରଥମ ଧାବକ ଥିଲେ । ଗ୍ରେଡି ଲଣ୍ଡନରେ ଥିବା ଏକ ଚାରିଟି   ‘ପାୱାର’ ପାଇଁ ସଚେତନତା ସୃଷ୍ଟି କରିବା ମାରାଥନରେ ଅଂଶ ଗ୍ରହଣ କରିଥିଲେ । ସେ “ବକ୍ସର କଷ୍ଟ୍ୟୁମ୍ରେ ସବୁଠାରୁ ଦ୍ରୁତତମ ରନ୍ର” ହୋଇଥିବାର ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

ପଲ୍ ଇଭାନସ୍ ‘  ଅର୍ଟିଜିମ୍ ପାଇଁ ବ୍ରିଟେନ ସ୍ଥିତ ରାଷ୍ଟ୍ରୀୟ ଚାରିଟି ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ବାହାଦୂର ନାଇଟ୍ ଭାବେ ମାରାଥନରେ ଭାଗ ନେଇଥିଲେ । ଇଭାନ୍ସଙ୍କ ପୁଅ ତିନି ବର୍ଷ ବୟସରେ ଅଟିଜିମ୍ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯାହା ତାଙ୍କୁ ଏହି ମାରାଥନ ପାଇଁ ଉତ୍ସାହିତ କରିଥିଲା  । ଆଉ ଏହା ସହିତ ସେ ଦାନ ପାଇଁ ଅର୍ଥ ଯୋଗାଡ କରିଥିଲେ ।

ମାରାଥନରେ ଅନ୍ୟ କେତେକ ମଜାଦାର ରେକର୍ଡ ଜ୍ୟାକ୍ ମେଗାନ୍ ଏବଂ ଡାନିଏଲ୍ ଗାଲାଗେରଙ୍କ ଦ୍ବାରା କରାଯାଇଥିଲା । ସେମାନେ ପୁରୁଷ ବର୍ଗରେ ‘ସବୁଠାରୁ ଦ୍ରୁତତମ ମାରାଥନ ଧାବକ ହୋଇଛନ୍ତି, ଯାହାଙ୍କ ହାତକୁ ହ୍ୟାଣ୍ଡକପ୍ରେ ବନ୍ଧା ହୋଇଥିଲା।

ସେଭଳି ଆନ୍ନାଲିସ୍ ବ୍ରାଉସଡ୍ରାନ୍ ମାରାଥନ୍ରେ କ୍ୟାଣ୍ଡି କଷ୍ଟ୍ୟୁମ୍ରେ ନଜର ଆସିଥିଲେ। ଏହା ସହିତ  “ଫାଷ୍ଟେଷ୍ଟ ମାରାଥନ୍ ଡ୍ରେସଡ୍ ଆଚ୍ ଅନ୍ କ୍ୟାଣ୍ଡି କନଫେରେନାରୀ ଆଇଟମ୍ (ଫିମେଲ) ରୂପେ ”ବିଶ୍ୱ ରେକର୍ଡ ଭାଙ୍ଗିଥିଲେ । ତାଙ୍କ ପରେ ଫିଓନା ଏଲାବେଟ୍ସଙ୍କୁ ଏୟାରକ୍ରାଫ୍ଟ କଷ୍ଟ୍ୟୁମରେ ଦେଖିବାକୁ ମିଳିଥିଲା।

   Related Posts