ପିଏନବି ଋଣ ଠକେଇ ମାମଲା: ବଢିଲା ନିରବ ମୋଦିଙ୍କ ହାଜତ ମିଆଦ
26/07/2019 at 9:16 PM

ଲଣ୍ଡନ ୨୬।୭: ବଢିଲା ପଳାତକ ଘୋଷିତ ଋଣ ଖିଲାଫକାରୀ ନିରବ ମୋଦିଙ୍କ ହାଜତ ମିଆଦ । ଲଣ୍ଡନ କୋର୍ଟ ଅଗଷ୍ଟ ୨୨ ତାରିଖ ଯାଏଁ ନିରବଙ୍କ ହାଜତ ମିଆଦ ବୃଦ୍ଧି କରିଛନ୍ତି। ଶୁକ୍ରବାର ନିରବ ମୋଦିଙ୍କ ଜାମିନ ଆବେଦନର କୋର୍ଟ ଶୁଣାଣି କରିଥିଲେ। ତେବେ ତାଙ୍କଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ବେଳେ ଅଗଷ୍ଟ ୨୨ ତାରିଖ ଯାଏଁ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଣ୍ଡନ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଏବେ ସେ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ବିଚାରାଧୀନ ବନ୍ଦୀ ଅଛନ୍ତି।
Related Posts
ଆଇଏସଆଇକୁ ଦେଉଥିଲେ ଗୋପନୀୟ ତଥ୍ୟ, ରାଜସ୍ଥାନରୁ ୬ ଗିରଫ
8 August 2022