ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ
1/01/2023 at 2:15 PM

ଭୁବନେଶ୍ଵର ୦୧।୦୧ : ସର୍ବସାଧାରଣଙ୍କ ପାଇଁ ଖୋଲିବ ଲୋକସେବା ଭବନର ପୁଷ୍ପ ଉଦ୍ୟାନ । ୨୦୨୩ ଜାନୁଆରୀ ମାସରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲା ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ଖବର ଅନୁଯାୟୀ, ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟି ରହିଛି । ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକ ଲୋକସେବା ଭବନ ପୁଷ୍ପ ଉଦ୍ୟାନରେ ବୁଲି ଦେଖି ପାରିବେ । ଆଜି ନୂଆ ବର୍ଷରେ ମଧ୍ୟ ପୁଷ୍ପ ଉଦ୍ୟାନ ଖୋଲା ରହିବ । ଏହି ଉଦ୍ୟାନରେ ବିଭିନ୍ନ କିସମର ଫୁଲଗଛ ଲଗାଯାଇଛି । ୨୦୨୩ ଜାନୁଆରୀ ମାସରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନର ପୁଷ୍ପ ଉଦ୍ୟାନ ଖୋଲା ରହିବ ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023