ଲୋକପାଳ ସଦସ୍ୟ ଜଷ୍ଟିସ ଏକେ ତ୍ରିପାଠୀଙ୍କ କରୋନାରେ ପରଲୋକ
2/05/2020 at 10:14 PM

ନୂଆଦିଲ୍ଲୀ ୦୨।୦୫: ଲୋକପାଳର ସଦସ୍ୟ ଅବସରପ୍ରାପ୍ତ ବିଚାରପତି ଏକେ ତ୍ରିପାଠୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏକେ ତ୍ରିପାଠୀ କରୋନା ସଂକ୍ରମିତ ଥିବା ଏପ୍ରିଲ ୨ରେ ଜଣା ପଡିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏମ୍ସରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଜାରି ରହିଥିଲା। ଏକେ ତ୍ରିପାଠୀଙ୍କୁ ଏମ୍ସର ଟ୍ରାମା ସେଣ୍ଟରରେ ରଖାଯାଇଥିଲା। ତ୍ରିପାଠୀ କରୋନାରେ ପୀଡିତ ଏମିତି ପ୍ରଥମ ରୋଗୀ ଥିଲେ, ଯାହାଙ୍କ ଚିକିତ୍ସା ଟ୍ରାମା ସେଣ୍ଟରରେ ଚାଲିଥିଲା।
କେବଳ ଏକେ ତ୍ରିପାଠୀ ନୁହେଁ ତାଙ୍କ ଝିଅ ଓ ରୋଷେୟା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇ ଯାଇଥିଲେ।
କିଏ ଏକେ ତ୍ରିପାଠୀ
ବିଚାରପତି ଏକେ ତ୍ରିପାଠୀ ଦୁର୍ନୀତି ବିରୋଧୀ ଲୋକପାଳର ଚାରି ନ୍ୟାୟିକ ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ସେ ବିହାର ରାଜ୍ୟର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ କାର୍ଯ୍ୟରତ ଥିଲେ। ସେ ପାଟନା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ପଦନ୍ନୋତି ପାଇଥିଲେ ଏବଂ ପରେ ମୁଖ୍ୟ ବିଚାରପତି ହୋଇଥିଲେ। ଗତ ମାର୍ଚ୍ଚ ୨୩ରେ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ।