ମଝି ସଡ଼କରେ ଆହତ ଯୁବକର ଜୀବନ ବଞ୍ଚାଇଲେ ଲୋକସଭା ବାଚସ୍ପତି ଓମ୍ ବିରଳା
4/06/2023 at 3:25 PM

କୋଟା ୪।୬: ଲୋକସଭା ବାଚସ୍ପତି ଓମ୍ ବିରଳା ମାନବିକତାର ପରିଚୟ ଦେଇ ରାସ୍ତାରେ ପଡିଥିବା ଆହତ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି। କୋଟା ରାସ୍ତାରେ ଆହତ ଅବସ୍ଥାରେ ପଡିଥିବା ବ୍ୟକ୍ତିକୁ ଦେଖି ବାଚସ୍ପତି ତୁରନ୍ତ ତାଙ୍କ କାରକେଡକୁ ଅଟକାଇଥିଲେ। ତାଙ୍କ ସହ ଯାଉଥିବା ଆମ୍ବୁଲାନ୍ସ, ଅଧିକାରୀ ଓ ସୁରକ୍ଷା ଗାର୍ଡ ପହଞ୍ଚି ଆହତଙ୍କ ସହ କଥା ହୋଇଥିଲେ। ୟୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବାଚସ୍ପତି ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବାକୁ କହିଥିଲେ ଓ ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚା ଯାଇଥିଲା।
SCBରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ, ‘ଓଡିଶାକୁ ସବୁ ପ୍ରକାର ସହାୟତା ପାଇଁ ଦେଲେ ପ୍ରତିଶୃତି’
ସୂଚନା ଅନୁସାରେ କୋଟା ଥେଗଡା ଅଞ୍ଚଳରେ ଶନିବାର ବିଳମ୍ବିତ ରାତ୍ରିରେ ବାଇକ୍ ସ୍ଲିପ୍ ହୋଇଯିବାରୁ ଯୁବକ ରାସ୍ତାରେ ପଡି ଆହତ ହୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଲୋକସଭା ବାଚସ୍ପତି ଯାଉଥିଲେ। ରାସ୍ତାରେ ଆହତ ଯୁବକଙ୍କୁ ଦେଖି ବାଚସ୍ପତି ତାଙ୍କ କାରକେଡକୁ ଅଟକାଇଥିଲେ ଓ ଆହତ ଯୁବକଙ୍କ ନିକଟକୁ ଯାଇଥିଲେ। ଯୁବକଙ୍କ ଅବସ୍ଥା ଦେଖି ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବା ଲାଗି ବାଚସ୍ପତି ତାଙ୍କ ଆମ୍ବୁଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।

ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ରକ୍ତ ବହୁଥିଲା ଓ ତାଙ୍କ ମୁଣ୍ଡ ବୁଲାଉଥିଲା। ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଯିବା ଜରୁରି ଥିଲା। ଲୋକସଭା ବାଚସ୍ପତି ଶନିବାର ଥେଗଡା ଅଞ୍ଚଳକୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେ ଶିବପୁରୀ ଧାମ ଓ ଠେଗଡାର ଭେରୁଜୀ ମନ୍ଦିର ମଧ୍ୟ ଦେଇ ଫେରିବା ରାସ୍ତାରେ ଏହି ଘଟଣା ଦେଖି ମାନବିକତାର ନିଦର୍ଶନ ଦେଖାଇଛନ୍ତି। ଆହତ ଯୁବକ ବୋରଖେଡାର ଶୁଭମନ ରାଜପୁରୋହୀତ ରୂପେ ଚିହ୍ନଟ ହୋଇଛନ୍ତି।
ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଶୁଭମନ ଗାଡ଼ିରୁ ପଡିଯିବା ଯୋଗୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବାଚସ୍ପତିଙ୍କ ଆମ୍ବୁଲାନ୍ସ ଡାକ୍ତର ରାସ୍ତାରେ ଶୁଭମନଙ୍କ ଫାଷ୍ଟ ଏଡ କରିଥିଲେ। ତଥାପି ରକ୍ତ ବନ୍ଦ ନ ହେବାରୁ ବାଚସ୍ପତି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଉର୍ତ୍ତି କରିବାକୁ ଆମ୍ବୁଲାନ୍ସ ଡାକ୍ତରଙ୍କୁ କହିଥିଲେ। ଏଣୁ ଆମ୍ବୁଲାନ୍ସରେ ଡାକ୍ତର ତୁରନ୍ତ ଶୁଭମନଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯିବା ସହ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଇଥିଲେ।