ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବକୁ ଯିବାକୁ ସର୍ତ୍ତ ରଖିଲେ ଓୱେସୀ; କହିଲେ- ଯଦି ପିଏମ୍‌ଙ୍କ ବଦଳରେ ଇଏ...

Published By : Prameya-News7 Bureau | May 24, 2023 IST

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ନେଇ ବିବାଦ ବଢିବାରେ ଲାଗିଛି। ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ନ କରି ରାଷ୍ଟ୍ରପତି ଓ କିମ୍ବା ଲୋକସଭା ବାଚସ୍ପତି ଉଦ୍‌ଘାଟନ କରିବା କଥା ବୋଲି ବିରୋଧୀମାନେ ମତ ଦେଉଛନ୍ତି। ଏବେ ଏହି ବିବାଦରେ ସାମ୍ନାକୁ ଆସିଛନ୍ତି ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମୀନ୍(ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସଦୁଦ୍ଦିନ ଓୱେସୀ।

ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଘଟାନ କରିବା କଥା ନୁହେଁ, ବରଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହାର ଉଦ୍‌ଘଟାନ କରିବା ଦରକାର ବୋଲି ଓୱେସୀ କହିଛନ୍ତି।

In Pictures: PM Modi visits India's new parliament building
ବାଚସ୍ପତିଙ୍କ ଆସନ

ଏହା ପୂର୍ବରୁ ୧୯ ବିରୋଧୀ ଦଳ ମୋଦୀଙ୍କ ହାତରେ ନୂଆ ସଂସଦ ଭବନର ଉଦ୍‌ଘଟାନକୁ ବିରୋଧ କରି ଉଦ୍‌ଘଟାନୀ ଉତ୍ସବକୁ ବୟକଟ୍ କରିଛନ୍ତି। ମୋଦୀ ଉଦ୍‌ଘାଟନ ନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଉଦ୍‌ଘାଟନ କରନ୍ତୁ ବୋଲି ସେମାନେ ଦାବି କରି ସାମୁହିକ ବର୍ଜନ ଘୋଷଣା କରିଛନ୍ତି।

ସୂଚନା ଥାଉକି ନୂଆ ସଂସଧ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ମେ ୨୮ ତାରିଖରେ ଶୁଭ ଉଦ୍‌ଘାଟନ କରିବେ। ଏଥିପାଇଁ ସମସ୍ତ ସାଂସଦ ଓ ଦଳକୁ ଡକଯାଇଛି। ହେଲେ ମୋଦୀ ନିଜ ଇଚ୍ଛାରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତିଙ୍କ ଏଥିରେ ଘୋର ଅଣଦେଖା କରାଯାଇଛି। ଏପରି କରି ମୋଦୀ ଭାରତର ଗଣତନ୍ତ୍ରକୁ ସିଧା ପ୍ରହାର କରିଛନ୍ତି ବୋଲି ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି।

New Parliament Building is almost ready, see stunning photos
ଇଣ୍ଟରିୟର ଡିଜାଇନ୍

ତେବେ ବିରୋଧୀ ଏଭଳି ଦାବିକୁ କିନ୍ତୁ ଖଣ୍ଡନ କରିଛନ୍ତି ଓୱେସୀ। ରାଷ୍ଟ୍ରପତି ସଂସଦ ଭବନ ଉଦ୍‌ଘଟାନ କରନ୍ତୁ , ଏଥିରେ ସେ ସହମତି ନୁହଁନ୍ତି। ବରଂ ଉଦ୍‌ଘଟାନକୁ ନେଇ ତାଙ୍କର ଅରାଜି ରହିଛି। ଏନେଇ ସେ କହିଛନ୍ତି “ନୂଆ ସଂସଦ ଭବନର ଆବଶ୍ୟକତା ରହିଛି। ତାହା କେହି ଅସ୍ୱୀକାର କରୁ ନାହାନ୍ତି। ଆମେ କେବଳ ଉଦ୍‌ଘାଟନକୁ ବିରୋଧ କରୁଛୁ।”   

Here's How The New Parliament Building Will Look From Inside, Government  Releases Photos
ଇଣ୍ଟରିୟର ଡିଜାଇନ୍

ଓୱେସୀ କହିଛନ୍ତି “ବିରୋଧୀ ଦଳ ନେତାମାନେ ମୋତେ ଯୋଗାଯୋଗ କରି ନାହାନ୍ତି। କିନ୍ତୁ ସେମାନେ କହୁଛନ୍ତି ଯେ ରାଷ୍ଟ୍ରପତି ସଂସଦ ଉଦ୍‌ଘାଟନ କରନ୍ତୁ। ସମ୍ବିଧାନ ଦୃଷ୍ଟିରୁ ତାହା ଠିକ୍ ନୁହେଁ। ବାଚସ୍ପିତ ଲୋକସଭାର ରକ୍ଷକ। ତେଣୁ ନୂଆ ସଂସଦକୁ ଉଦ୍‌ଘାଟନ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ନିଷ୍ପତ୍ତିର ଓହରି ସ୍ପିକର ଓମ୍ ବିର୍ଲା ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବା ଉଚିତ। ଯଦି ଲୋକସଭା ସ୍ପିକର ଓମ ବିର୍ଲା ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ, ତେବେ ଆମ ଉଦ୍‌ଘାଟନୀ ଉତ୍ସବକୁ ଯିବୁ।”

PM Narendra Modi lays foundation stone of new Parliament building, new  parliament building foundation stone laying
୨୦୨୦ ଡିସେମ୍ବର ୨୦ ତାରିଖ ନୂଆ ସଂସଦ ଭବନ ଭିତ୍ତିପ୍ରସ୍ତର ସ୍ଥାପନର ଫଟୋ
wp:heading {"level":3}

ନୂଆ ସଂସଦ ଭବନ ଉଦ୍‌ଘାଟନ

/wp:heading

ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ନୂଆ ସଂସଦ ଭବନର ଲୋକସଭା କକ୍ଷରେ ୮୮୮ ସଦସ୍ୟ ଆରାମରେ ବସିପାରିବେ। ଏବଂ ରାଜ୍ୟସଭା କକ୍ଷରେ ୩୦୦ ଆରାମରେ ବସିପାରିବେ। ତେବେ ଯଦି କେବେ ଉଭୟ ସଦନର ମିଳିତ ବୈଠକ ହେଲା ତେବେ ୧୨୮୦ ସଦସ୍ୟ ଲୋକସଭା କକ୍ଷରେ ବସି ପାରିବାର ବ୍ୟବସ୍ଥା ରହିଛି। ସୂଚନା ଥାଉକି ବ୍ରିଟିସ ସରକାର ସମୟରେ ୧୯୨୭ ମସିହାରେ ପୁରୁଣା ସଂସଦ ବିଲ୍ଡିଂକୁ  ନିର୍ମାଣ କରାଯାଇଥିଲା। ନୂଆ  ବିଲ୍ଡିଂର ଆବଶ୍ୟକତା ପଡ଼ିଥଲା। ୨୦୨୦ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ବିଲ୍ଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ବି ବିରୋଧୀ ଏହାକୁ ବୟକଟ୍ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.