Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବିଶେଷାଧିକାର ଉଲ୍ଲଂଘନ ଅଭିଯୋଗରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍

12/02/2023 at 8:15 PM

ନୂଆଦିଲ୍ଲୀ: ବିଶେଷାଧିକାର ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ୍। ଲୋକସବା ସଚିବଳାୟ ପକ୍ଷରୁ ରାହୁଲଙ୍କୁ ନୋଟିସ୍ କରାଯାଇଛି। ଏନେଇ ଫେବ୍ରୁଆରୀ ୧୫ ତାରିଖ ସୁଧା ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ସାଂସଦ ନିଶିକାନ୍ତ ଦୁବେ ଓ ପ୍ରହଲ୍ଲାଦ ଯୋଶୀଙ୍କ ଅଭିଯୋଗ କ୍ରମେ ରାହୁଲଙ୍କୁ ଏହି ନୋଟିସ୍ ପଠାଯାଇଥିବା  ସୂଚନା ମିଳିଛି।

ଫେବ୍ରୁଆରୀ ୭ ତାରିଖରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ରାହୁଲ ଗାନ୍ଧୀ ମୋଦୀ-ଆଦାନୀ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ହେଲେ ଏହି ସମୟରେ ସେ ଯେଉଁ ଶବ୍ଦର ବ୍ୟବହାର କରିଥିଲେ ତା ଉପରେ ଆପତ୍ତି ଉଠାଇଥିଲେ ବିଜେପି ସାଂସଦ। ରାହୁଲଙ୍କ ଭାଷଣର କିଛି ଅଂଶଙ୍କୁ ଗୃହକାର୍ଯ୍ୟ ରେକର୍ଡରୁ ହଟାଇ ଦିଆଯାଇଥିଲା।

ରାହୁଲ ଗାନ୍ଧୀଙ୍କ ବିରୋଧରେ ଭ୍ରମାତ୍ମକ, ଅପମାନଜନକ, ଅଂସସଦୀୟ ଓ ଆପତ୍ତିଜନକ ବୟାନ ଦେଇ ଦେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକସଭା ସଚିବାଳୟରେ ଅଭିଯୋଗ କରିଥିଲେ।  

ଉଭୟ ନେତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ରାହୁଲ ଗାନ୍ଧୀ ସଂସଦରେ ଭାଷଣ ରଖୁଥିବା ବେଳେ ଯେଉଁ ଶବ୍ଦର ବ୍ୟବହାର କରିଥିଲେ ଏଥିରେ ବିଶେଷାଧିକାରର ଉଲ୍ଲଂଘନ ହୋଇଛି। ଏହାପରେ ସଚିବାଳୟ ପକ୍ଷରୁ ରାହୁଲଙ୍କୁ ନୋଟିସ୍ କରି ତାଙ୍କ ପକ୍ଷ ରଖିବାକୁ କୁହାଯାଇଛି।   

   Related Posts