ଦେଶର ସର୍ବାଧିକ ଭୋଟର ପରିବାର: ଜନସଂଖ୍ୟା ୧୨୦୦, ଭୋଟ ଦେବେ ୩୫୦

Published By : Prameya-News7 Bureau | April 16, 2024 IST

ଆସାମ ୧୬/୦୪: କାଉଣ୍ଟଡାଉନ୍ ଆରମ୍ଭ । ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଅପେକ୍ଷାରେ ଭୋଟର, ଚିନ୍ତାରେ ପ୍ରାର୍ଥୀ । ପ୍ରିୟ ନେତାଙ୍କୁ ବାଛିବେ ଜନତା । ୧୯ ଏପ୍ରିଲ୍‌କୁ ଅନାଇ ବସିଛନ୍ତି ଆସାମ ସୋନିତପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ରହୁଥିବା ପରିବାର । ଆଶ୍ଚର୍ଯ୍ୟର କଥା ହେଉଛି ଗୋଟିଏ ପରିବାରରୁ ଆସିବ ୩୫୦ ଖଣ୍ଡ ଭୋଟ । ଜାଣିଛନ୍ତି କି କେଉଁଠି ରୁହନ୍ତି ଏହି ଚର୍ଚ୍ଚିତ ପରିବାର । ଯଦି ଜାଣିନାହାଁନ୍ତି ତାହେଲେ ଆସନ୍ତୁ ଜାଣିବା ପୂରା ଘଟଣା । 

ସୋନିତପୁରର ଫୁଲଗୋରୀ ନେପାଳୀ ପାମ୍ । ଏଇଠି ରୁହନ୍ତି ଦିବଗଂତ ରନ୍ ବାହାଦୂରଙ୍କ ପରିବାର । ଯିଏକି ଦେଶର ସବୁଠି ଅଧିକ ଭୋଟର ଥିବା ପରିବାର । ରନ୍ ବାହାଦୂରଙ୍କର ଅଛନ୍ତି ୧୨ ପୁଅ ୯ ଝିଅ । କାରଣ ରନ ବାହାଦୂର ପାଞ୍ଚ ପତ୍ନୀଙ୍କୁ କରିଥିଲେ ବିବାହ । ମୋଟାମୋଟି ଭାବେ କହିବାକୁ ଗଲେ ପରିବାରର ସଦସ୍ୟଙ୍କ ସଂଖ୍ୟା ୧୨୦୦ । ସେଥିରୁ ୧୫୦ ଅଧିକ ନାତି ରହିଛନ୍ତି ରନ୍ ବାଦାହୂରଙ୍କର । କିନ୍ତୁ ଭୋଟ ଦେବେ ପ୍ରାୟ ୩୫୦ସଦସ୍ୟ । ଏନେଇ ସ୍ପଷ୍ଟ କରିଛନ୍ତି ନେପାଳୀ ଖଜୁରୀ ଗାଁର ମୁଖ୍ୟ ତଥା ସ୍ୱର୍ଗତ ରନ୍ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା । 


ତିଲ୍ ବାହାଦୂରଙ୍କ କହିବା କଥା ବାପା ୧୯୬୪ରେ ଜେଜେବାପାଙ୍କ ସହ ରହିଯାଇଥିଲେ ଏଠାରେ । ପରେ ୧୯୯୭ରେ ଏତେ ବଡ ପରିବାର ଛାଡି ପରଲୋକ ଗମନ କରିଥିଲେ ରନ୍ ବାହାଦୂର । ଏ ବିଷୟରେ ଯଦିଓ ସମସ୍ତଙ୍କୁ ଜଣା ତଥାପି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ପରିବାର । ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ମିଳିନି ଫାଇଦା । ତାଙ୍କ କହିବା କଥା ପିଲାମାନେ ଉଚ୍ଚଶିକ୍ଷିତ, କିନ୍ତୁ ମିଳିନି ସରକାରୀ ଚାକିରୀ ଖଣ୍ଡିଏ । ବାଧ୍ୟହୋଇ ପେଟପାଟଣା ପାଇଁ ପରିବାର ଅଧିକ ଲୋକ ବେଙ୍ଗାଲୁରୁରେ । କିଛି ଶ୍ରମିକ ହୋଇଥିବାବେଳେ ଆଉ କିଛି ଘରୋଇ କପ୍ମାନୀରେ କାର୍ଯ୍ୟରତ । 

୯ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗଠିତ ସୋନିତପୁର ଲୋକସଭା ଆସନରେ ଅଛନ୍ତି ୧୬.୨୫ ଲକ୍ଷରୁ ଅଧିକ ଭୋଟର । ତେବେ ଆସାମରେ ୧୪ଟି ଲୋକସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ଏବେ କିଏ ମାରିବ ବାଜି କିଏ ଗଢିବ ସରକାର ତାହା ରେଜଲ୍ଟ ପରେ ଜଣାପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.