ଦେଶର ୧୦ଟି ରାଜ୍ୟରେ ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ଚାଲିଛି ଉପନିର୍ବାଚନ
28/05/2018 at 7:54 AM

ଆଜି ଦେଶର ୧୦ଟି ରାଜ୍ୟରେ ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ଚାଲିଛି ଉପନିର୍ବାଚନ। ଉତ୍ତରପ୍ରେଦଶର କୈରାନା,ମହାରାଷ୍ଟ୍ରର ଭଣ୍ଡାରା-ଗୋନ୍ଦିୟା, ପାଲଘର ଓ ନାଗାଲାଣ୍ଡ ଲୋକସଭା ନିର୍ବାଚନ ମଣ୍ଡଳିରେ କରାଯାଉଛି ଉପନିର୍ବାଚନ। ଏଥିସହିତ କର୍ଣ୍ଣାଟକର ଆର ଆର ନଗର,ଝାଡଖଣ୍ଡର ଗୋମିଆ ଓ ସିଲ୍ଲି, ଉତ୍ତରପ୍ରଦେଶର ନୁରପୂର,ପ଼ଞ୍ଜାବର ସାହକୋଟ,ବିହାରର ଜୋକିହାଟ,କେରଳର ଚେଙ୍ଗାନୁର, ମହାରାଷ୍ଟ୍ରର ପାଲୁସ କଦେଗାଁ,ମେଘାଳୟର ଅମ୍ପାତି,ଉତ୍ତରାଖଣ୍ଡର ଥରାଲି ଏବଂ ପଶ୍ଚିମବଙ୍ଗର ମହେଶତାଲା ବିଧାନସଭା ଆସନ ପାଇଁ ମଧ୍ୟ ଚାଲିଛି ମତଦାନ। ଏକକାଳୀନ ଏତେଗୁଡିଏ ଜାଗାରେ ଉପନିର୍ବାଚନ ହେବା ଏହା ହେଉଛି ଦେଶରେ ପ୍ରଥମ ଘଟଣା। ବିହାର,ମେଘାଳୟ ଏବଂ ନାଗାଲାଣ୍ଡ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଅପରାହ୍ନ ୪ଟା ଯାଏଁ ଚାଲିବ। ସେହିପରି କେରଳ ଏବଂ ପଶ୍ଚିମବଙ୍ଗରେ ଭୋଟଗ୍ରହଣ ସନ୍ଧ୍ୟା ୬ଟା ଯାଏ ଚାଲିବ। ମହାରାଷ୍ଟ୍ରର ପାଲଘର,ଭଣ୍ଡାରା-ଗୋନ୍ଦିୟା ଏବଂ ପାଲୁସ କଦେଗାଁରେ ଭୋଟଗ୍ରହଣ ସନ୍ଧ୍ୟା ୫ଟା ୩୦ଯାଏ ଚାଲିବ। ପଞ୍ଜାବର ସାହକୋଟ ଏବଂ ଉତ୍ତରାଖଣ୍ଡର ଥରାଲି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ସନ୍ଧ୍ୟା ୫ଟା ଯାଏ ଚାଲିବ। ମେ ୩୧ରେ ହେବ ଭୋଟ ଗଣତି।