scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକସଭାରେ ଆଧାର ସଂଶୋଧିନ ବିଧେୟକ-୨୦୧୯ ଗୃହୀତ, ଜାଣନ୍ତୁ କ’ଣ ଅଛି ଆଇନରେ

4/07/2019 at 6:55 PM

ନୂଆଦିଲ୍ଲୀ ୪।୭:  ଗତ ସୋମବାର ଲୋକସଭାରେ ଉପସ୍ଥାପିତ ହୋଇଥିବା ଆଧାର ସଂଶୋଧନ ବିଧେୟକ ୨୦୧୯ ଗୁରୁବାର ଗୃହୀତ ହୋଇଯାଇଛି। କେନ୍ଦ୍ର ସୂଚନା ଓ ପ୍ରାଦ୍ୟୋଗିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦ ଭବନ ବାହାରେ ଗଣମାଧ୍ୟମକୁ ବିଧେୟକ ଗୃହୀତ ହୋଇଥିବା ଜଣାଇଛନ୍ତି। ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୧୨୩ କୋଟି ଆଧାର ଆପଣେଇଛନ୍ତି। ଏଣୁ ବିଧେୟକରେ ନାଗରିକଙ୍କ ଗୋପନୀୟତା ସୁରକ୍ଷା ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କାର ପ୍ରସାଦ ।

ଆଧାର ଦ୍ୱାରା ଡାଇରେକ୍ଟ କ୍ୟାସ୍ ଟ୍ରାନ୍ସଫର ବ୍ୟବସ୍ଥା ଶରଳିକରଣ ହୋଇପାରିଛି। ଫଳରେ  ଦେଶକୁ ମଧ୍ୟ ଲାଭ ମିଳିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏଭଳି ଟ୍ରାନ୍ସଫର ଯୋଗୁ ଭାରତ ସରକାରଙ୍କ  ୯୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇ ପାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବିଧେୟକକୁ ଗୃହୀତ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଏଣୁ ବ୍ୟାଙ୍କ ଓ ମୋବାଇଲ ଫୋନ କମ୍ପାନୀମାନଙ୍କର କେୱାଇସି ଫର୍ମରେ ଆଧାର କେବଳ ବିକଳ୍ପ ହେବ ବାଧ୍ୟତାମୂଳକ ନୁହେଁ ବୋଲି ରବିଶଙ୍କର ସ୍ପଷ୍ଟ କହିଛନ୍ତି। ସେହିପରି ଆଧାର ନଥିବା କାରଣରୁ କାହି ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ବିଧେୟକରେ ପ୍ରାଥମିକତା ପ୍ରଦାନ କରାଯାଇଛି।  

   Related Posts