ଅକ୍ଷୟ କୁମାରଙ୍କଠୁ ଜାହ୍ନବୀ ଯାଏଁ ; ମତାଧିକାର ସାବ୍ୟସ୍ତ କଲେ ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି କଳାକାର

Published By : Prameya-News7 Bureau | May 20, 2024 IST

ମୁମ୍ଵାଇ ୨୦।୦୫: ୨୦୨୪ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬ ଟି ରାଜ୍ୟ ଏବଂ ଦୁଇଟି ୟୁନିଅନର ୪୯ ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ଉତ୍ତରପ୍ରଦେଶର ରାବଲି ଏବଂ ଆମେଠି ପରି ହାଇ-ପ୍ରୋଫାଇଲ୍ ନିର୍ବାଚନମଣ୍ଡଳୀ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ମୁମ୍ବାଇରେ ଟି ସିଟ୍ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଗୁଡିକ ଗୁରୁତ୍ଵପୂର୍ଣ୍ଣ ଅଟେ। ମୁମ୍ବାଇରେ ମଧ୍ୟ ବହୁ ବଲିଉଡ ସେଲିବ୍ରେଟି ଗଣତନ୍ତ୍ରର ମହାନ ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି |

ଗତ ବର୍ଷ ଅଗଷ୍ଟରେ ଭାରତୀୟ ନାଗରିକତ୍ଵ ପାଇବା ପରେ ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ଆଜି ପ୍ରଥମ ଥର ପାଇଁ ତାଙ୍କ ମତ ଅଧିକାର କରିଥିଲେ।

ଅକ୍ଷୟ କୁମାର ସକାଳେ ମୁମ୍ବାଇର ମତଦାନ ବୁଥରେ ପହଞ୍ଚିଥିଲେ ଏବଂ ଭୋଟ୍ ଦେବା ପରେ ସେ କହିଥିଲେ ମୁଁ ଚାହୁଁଛି ଭାରତ ବିକାଶିତ ଏବଂ ଦୃଢ ରହୁ। ମୋର ଭୋଟ୍ ଏହା ଉପରେ ଆଧାରିତ ମୁଁ ବ୍ୟକ୍ତିଗତ ଭାବେ ଭୋଟିଂ କେନ୍ଦ୍ରରେ ପ୍ରାୟ ୫୦୦-୬୦୦ ଲୋକଙ୍କୁ ଦେଖିଛି ଏଭଳି ପରିସ୍ଥିତିରେ ଏହା ଭଲ ହେବ।



ଶ୍ରୀକାନ୍ତରେ ନିଜର ଦୃଢ ଅଭିନୟ ପାଇଁ ଖୁବ୍  ଚର୍ଚ୍ଚାରେ ଅଛନ୍ତି ରାଜକୁମାର ରାଓ।ସେ ସୋମବାର ସକାଳେ ଭୋଟ୍ ଦେଇଛନ୍ତି।ଏହି ସମୟରେ ଅଭିନେତା କହିଛନ୍ତି ଯେ ଏହା ଆମ ଦେଶ ପ୍ରତି ଏକ ବଡ ଦାୟିତ୍ ,, ଆମେ ଭୋଟ୍ ଦେବା ଉଚିତ୍। ଆମ ମାଧ୍ୟମରେଯଦି ଲୋକମାନେ ପ୍ରଭାବିତ ହୋଇପାରିବେ ତେବେ ନିଶ୍ଚିତ ଭାବରେ ଏହା ହେଉଛି ସବୁଠାରୁ ବଡ ଜିନିଷ ଯାହା ଆମେ କରି ପାରିବା |ବାହାରକୁ ଆସ ଏବଂ ସେମାନଙ୍କୁ ଭୋଟ୍ ଦିଅ ... ଆମେ ସମସ୍ତେ ଚାହୁଁଛୁ ଆମ ଦେଶ ଆଗକୁ ବଢୁ


ଙ୍ଗଲ ଫେମ୍‌ ଅଭିନେତ୍ରୀ ସାନିଆ ମଲହୋତ୍ରା ମଧ୍ୟ ମୁମ୍ବାଇର ମତଦାନ ବୁଥରେ ପହଞ୍ଚି ମତ ଅଧିକାର କରିଥିଲେ। ଏହି ସମୟରେ ସାନିଆ ମଲହୋତ୍ରାଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ମଧ୍ୟ ତାଙ୍କ ଆଙ୍ଗୁଠିରେ ଇଙ୍କ ମାର୍କ ଲଗାଉଥିବାର ନଜର ଆସିଥିଲେ।


ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର। ସେ ମଧ୍ୟ ତାଙ୍କ ମତ ଅଧିକା କରିବା ପାଇଁ ମୁମ୍ବାଇର ଏକ ମତଦାନ ବୁଥରେ ପହଞ୍ଚିଥିଲେ ଏହି ସମୟରେ ଜାହ୍ନବୀ ତାଙ୍କ ଭୋଟର କାର୍ଡ ଧରିଥିବାର ନଜର ଆସିଥିଲେ। ଭୋଟ୍ ଦେବା ପରେ ଅଭିନେତ୍ରୀ ମତଦାନ ବୁଥରୁ ବାହାରକୁ ଆସୁଥିବା ବେଳେ ହସୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ  ଅଭିନେତ୍ରୀ ପିଙ୍କ କଲରର ଅନାରକଲି ପିନ୍ଧିଥିଲେ।



ଅଭିନେତା ଫରହାନ ଅଖତର ମୁମ୍ବାଇର ଏକ ମତଦାନ ବୁଥରେ ଭୋଟ୍ ଦେବା ପରେ ତାଙ୍କ ଭଉଣୀ ଜୋୟା ଅଖତରଙ୍କ ସହିତ ତାଙ୍କ ଇଙ୍କ ଲାଗିଥିବା ଆଙ୍ଗୁଠି ଦେଖାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.