ରେଜଲ୍ଟ ଦିନ; କିଏ ଗଢିବ ସରକାର ? ଦୁନିଆର ସର୍ବବୃହତ ଗଣତନ୍ତ୍ରର ଫଳାଫଳ ଉପରେ ସଭିଙ୍କ ନଜର

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ନିର୍ବାଚନୀ ମହାପର୍ବରେ ଆଜି ପରିଣାମର ଦିନ । ଏପ୍ରିଲ୍ ୧୯ରୁ ଆରମ୍ଭ ହୋଇଥିବା ମତଦାନ ଜୁନ୍ ୧ରେ ଶେଷ ହେବା ପରେ ଆଜି ଆସିଛି ସେହି ଦିନ ଯାହାକୁ ଭାରତ ସହ ସାରା ଦୁନିଆ ଅପେକ୍ଷା କରିଛି । ଇଭିଏମରେ ବନ୍ଦ ଥିବା ଭୋଟ ଗଣତି ସହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଦେଶରେ ଲୋକସଭା ସହ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭାରେ କିଏ ଗଢିବ ସରକାର ତାର ଚିତ୍ର ସ୍ପଷ୍ଟ ହେବ ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ ଗଣତି କରାଯିବ । ଏହାପରେ ଇଭିଏମର ଭୋଟ କାଉଣ୍ଟିଂ କରାଯିବ । ଏଥିପାଇଁ ସମସ୍ତ କାଉଣ୍ଟିଂ ସେଣ୍ଟରରେ ଇସିଆଇଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିକ୍ୟୁରିଟି ସିଷ୍ଟମ ସହ ଗାଇଡଲାଇନ ଅନୁପାଳନ କରାଯାଇଛି ।

ପ୍ରଥମ ଥର ପାଇଁ ଏନଡିଏ ସାମନାରେ ଇଣ୍ଡି ମେଣ୍ଟର ପରୀକ୍ଷା ହେଉଛି । ଅଧିକାଂଶ ଏକଜିଟ୍ ପୋଲ୍ ବିପୁଳ ଆସନ ସହ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ସରକାର ଗଢୁଥିବା ଦାବି କରିଛନ୍ତି । ସେପଟେ ସିକ୍ୟୁରିଟି ସର୍ଭିସ୍ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି କରୁଥିବା ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ପ୍ରକାଶ କରିଛି । ଅନ୍ୟପଟେ ଇଣ୍ଡି ମେଣ୍ଟ ଏକଜିଟ୍ ପୋଲକୁ ମିଛ କହିବା ସହ ୨୯୫ ଆସନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରୁଛି । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.