ବାପାଙ୍କ ପାଇଁ ଖୁବ୍ ପ୍ରଚାର କରିଥିଲେ ଅଭିନେତ୍ରୀ ନେହା ଶର୍ମା, ନିର୍ବାଚନ ହାରିବା ପରେ ଲେଖିଲେ ଏମିତି ପୋଷ୍ଟ

Published By : Prameya-News7 Bureau | June 05, 2024 IST

ମୁମ୍ଵାଇ ୦୫।୦୬: ମଙ୍ଗଳବାର ଦିନ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ବଲିଉଡ, ଭୋଜପୁରୀ ଏବଂ ଦକ୍ଷିଣର ଅନେକ ତାରକା ବିଜୟୀ ହୋଇଥିଲେ। କଙ୍ଗନା ରଣାୱତ, ହେମା ମାଳିନୀ, ରବି କିଶନ ଏବଂ ମନୋଜ ତିୱାରୀଙ୍କ ସମେତ ଅନେକ ସେଲିବ୍ରେଟ୍ ବିଜୟ ପତାକା ଉଡାଇଥିଲେ। ହେଲେ ଏମିତି ଅନେକ ତାରକା ଅଛନ୍ତି , ଯେଉଁମାନେ ହାରିଯାଇଛନ୍ତି। 

ଏଥି ସହ ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କ ପିତା ତଥା ରାଜନେତା ଅଜିତ ଶର୍ମା ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ନେହାଙ୍କ ପିତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ତାଙ୍କୁ ଜେଡିୟୁ ପ୍ରାର୍ଥୀ ଅଜୟ ମଣ୍ଡଳ ପରାସ୍ତ କରିଛନ୍ତି।

ନେହା ଶର୍ମାଙ୍କ ପିତା ଅଜିତ ଶର୍ମା କଂଗ୍ରେସ ପ୍ରାର୍ଥୀ ଥିଲେ। ସେ ବିହାରର ଭାଗଲପୁର ଆସନରୁ ନିର୍ବାଚନରେ ଛିଡା ହୋଇଥିଲେ। ଏହି ଆସନରେ ଜେଡିୟୁ ପ୍ରାର୍ଥୀ ଅଜୟ ମଣ୍ଡଳ ଅଜିତ ଶର୍ମାଙ୍କୁ ପରାସ୍ତ କରିଛନ୍ତି। ଅଜିତ ଶର୍ମାଙ୍କୁ ୨ ଲକ୍ଷ ୧୩ ହଜାର ୩୮୩ ଭୋଟ୍ ମିଳିଛି।  

କହିବାକୁ ଗଲେ ନେହା ଶର୍ମା ମଧ୍ୟ ନିର୍ବାଚନ ସମୟରେ ତାଙ୍କ ପିତା ଅଜିତ ଶର୍ମାଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ତାଙ୍କ ପିତାଙ୍କ ପରାଜୟରେ ନେହା ଶର୍ମା ଅତ୍ୟନ୍ତ ଚକିତ ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, 'ଏହା ଆମ ପାଇଁ କଷ୍ଟସାଧ୍ୟ ଦିନ ହୋଇଛି କିନ୍ତୁ ଆମେ ବହୁତ ଭଲ ଲଢିଛୁ ଏବଂ ମୋ ବାପାଙ୍କୁ ବିଶ୍ଵା କରୁଥିବା ଏବଂ ତାଙ୍କୁ ଭୋଟ୍ ଦେଇଥିବା ସମସ୍ତ ଲୋକଙ୍କୁ ମୁଁ ବହୁତ କୃତଜ୍ଞ।ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.