ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା, ୨୦୧୯ ତୁଳନାରେ ଏଥର ୬ପ୍ରତିଶତ ବଢ଼ିଛି ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪/୦୨: ଭାରତର ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପରେ ଯେକୌଣସି ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ କମିଶନଙ୍କ ନିକଟତମ ସୂତ୍ରରୁ ଆଜି ଏହା ଜଣାପଡ଼ିଛି । ନିର୍ବାଚନ କମିଶନଙ୍କ ଟିମ୍‌ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରୁଛନ୍ତି ।

ମାର୍ଚ୍ଚ ୧୩ ତାରିଖ ପରେ କମିଶନଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ଏହା ପରେ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ଟିମ୍‌ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସମେତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି । ଏଥିସହ ସେଠାରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ।

wp:embed {"url":"https://www.prameyanews7.com/election-date-declare-soon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/election-date-declare-soon/
/wp:embed

ନିର୍ବାଚନରେ ନିୟୋଜିତ କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀର ଯବାନ, ଇଭିଏମ୍‌ ପରିବହନ, ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆସନ୍ତା ସପ୍ତାହରେ ନିର୍ବାଚନ କମିଶନଙ୍କ ଟିମ୍‌ ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟ ଗସ୍ତରେ ଯିବେ । ମାର୍ଚ୍ଚ ୧୩ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ ।

ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ କରାଇବାକୁ ମଧ୍ୟ କମିଶନ ଲକ୍ଷ୍ୟ ରଖିଛନ୍ତି । ଚଳିତବର୍ଷ ଲୋକସଭା ନିର୍ବାଚନରେ ଦେଶର ପ୍ରାୟ ୯୭ କୋଟି ଭୋଟର ମତଦାନ କରିବେ । ୨୦୧୯ ତୁଳନାରେ ଚଳିତଥର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.