ରାହୁଲ କି ନୀତୀଶ ନୁହନ୍ତି, ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡଗେ; ଏମିତି କହିଲେ ସୋନିଆ ଗାନ୍ଧୀ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦/୧୧: ଅନ୍ତିମ ପର୍ଯ୍ୟାୟରେ ୫ ରାଜ୍ୟରେ ନିର୍ବାଚନ । ଆଉ କିଛି ସମୟ ପରେ ତେଲଙ୍ଗାନାରେ ସରିବ ମତଦାନ । ଡିସେମ୍ବର ୩ ତାରିଖରେ ଆସିବ ନିର୍ବାଚନ ଫଳାଫଳ । ଏହି ରେଜଲ୍ଟ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସହାୟକ ହେବ । ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବିଭିନ୍ନ ରାଜନୈତିକ ଦଳ । ଏଥିରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କଡ଼ା ଟକ୍କର ହେବ । ଏନଡିଏ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବ ।

wp:embed {"url":"https://www.prameyanews7.com/bhubanehwar-manisha-padhi-from-odisha-becomes-the-country-first-female-adc/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhubanehwar-manisha-padhi-from-odisha-becomes-the-country-first-female-adc/
/wp:embed

 ସେପଟେ କିନ୍ତୁ ଇଣ୍ଡିଆ ମେଣ୍ଟରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ତାହା ଏବେବି ଅସ୍ପଷ୍ଟ ରହିଛି । ପ୍ରଧାନମନ୍ତ୍ରୀ ଚେହେରାକୁ ନେଇ ଏଯାଏଁ ମେଣ୍ଟ ପକ୍ଷରୁ କୌଣସି ନେତାଙ୍କ ନାଁ ଘୋଷଣା ହୋଇନାହିଁ । ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ରାହୁଲ ଗାନ୍ଧି ଓ ନୀତୀଶ କୁମାରଙ୍କ ନାଁ ସାମ୍ନାକୁ ଆସୁଛି । ହେଲେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ କିଛି ବଡ଼ ଦାୟିତ୍ବ ଦେବା ନେଇ ସଙ୍କେତ ଦେଇଛନ୍ତି ।  ୨୦୨୪ ଲୋସଭା ନିର୍ବାଚନରେ ଖଡ଼ଗେ ବଡ଼ ଭୂମିକା ନିଭାଇବେ । ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କ ଉପରେ ପ୍ରକାଶିତ ପୁସ୍ତକରେ ବି ଏଭଳି କିଛି ତଥ୍ୟ ରହିଛି।

wp:embed {"url":"https://www.prameyanews7.com/sc-quashes-re-appointment-of-gopinathan-ravindran-as-kannur-vc/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sc-quashes-re-appointment-of-gopinathan-ravindran-as-kannur-vc/
/wp:embed

ବିରୋଧୀ ମେଣ୍ଟର ନେତାଙ୍କ ଅନୁସାରେ, ଖଡ଼ଗେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତୁ । ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସୋନିଆ ଗାନ୍ଧୀ କହିଛନ୍ତି, ଭାରତର ଆତ୍ମା ଲାଗି ଐତିହାସିକ ଲଢ଼େଇ ଲଢ଼ିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଉପଯୁକ୍ତ ପ୍ରାର୍ଥୀ । ଖଡ଼ଗେ ତାଙ୍କ ଲମ୍ବା ରାଜନୈତିକ କ୍ୟାରିୟରରେ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଛନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

ସୂଚନାଯୋଗ୍ୟ, ୮୧ ବର୍ଷୀୟ ମଲ୍ଲିକାର୍ଜୁନ୍ ଖଡ଼ଗେ ଗତ ବର୍ଷ ଅକ୍ଟୋବର ୨୬ରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ତାଙ୍କ ନେତୃତ୍ୱରେ ଦଳ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି । ତେଣୁ ତାଙ୍କୁ ମେଣ୍ଟ ଇଣ୍ଡିଆର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.