LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲୋକସଭାରେ ଜିଏସଟି ଆପିଲିଏଟ୍‌ ଟ୍ରିବ୍ୟୁନାଲ୍‌ ଗଠନକୁ ମଞ୍ଜୁରୀ, କରଦାତାଙ୍କୁ ମିଳିବ ଆଶ୍ବସ୍ତି

24/03/2023 at 8:16 PM

ନୂଆଦିଲ୍ଳୀ, ୨୪/୦୩: ଜିଏସଟିକୁ ନେଇ ଥିବା ବିବାଦର ସମାଧାନ କରିବାକୁ ଜିଏସଟି ଆପିଲିଏଟ୍‌ ଟ୍ରିବ୍ୟୁନାଲ୍‌ ଗଠନକୁ ଲୋକସଭାରେ ମଞ୍ଜୁରୀ। ଶୁକ୍ରବାର ଲୋକସଭାରେ ଅର୍ଥ ବିଧେୟକରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଏହି ମଞ୍ଜୁରୀ ସହ ଜିଏସଟିକୁ ନେଇ ଥିବା ବିବାଦକୁ ସମାଧାନ ପାଇଁ ଏକ ଆପିଲିଏଟ ଟ୍ରିବ୍ୟୁନାଲ ଗଠନ ପାଇଁ ପଥ ପରିଷ୍କାର ହୋଇଛି। ଟ୍ରିବ୍ୟୁନାଲ ନଥିବା କାରଣରୁ ବର୍ତ୍ତମାନ ସମୟରେ କରଦାତା ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରୁଛନ୍ତି।

ଆର୍ଥିକ ବିଧେୟକ ୨୦୨୩ ରେ ଯେଉଁ ସଂଶୋଧନକୁ ମଞ୍ଜୁରୀ ମିଳିଛି ତାହା ଅନୁଯାୟୀ ଜିଏସଟି ଟ୍ରିବ୍ୟୁନାଲ୍‌ ସ୍ଥାପନା ସବୁ ରାଜ୍ୟରେ କରାଯିବ ଅବଶ୍ୟ ମୁଖ୍ୟ ବେଞ୍ଚ ଦିଲ୍ଳୀରେ ରହିବ। ସୂଚନା ଥାଉ ଜିଏସଟି ଲାଗୁ ହେବା ପାଞ୍ଚ ବର୍ଷରୁ ଅଧିକ ହୋଇଛି। କିନ୍ତୁ ଏହାର ଅପିଲ୍‌ ପାଇଁ ଟ୍ରିବ୍ୟୁନାଲ୍ ନଥିବା କାରଣରୁ ଜିଏସଟି ମାମଲା ସମାଧାନରେ ବିଳମ୍ବ ହେଉଛି।

ଏହାର ମୁଖ୍ୟ ବେଞ୍ଚ ରାଜ୍ୟ ବେଞ୍ଚ ମାମଲା​ର ବିବରଣ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିବ, ଏହାଦ୍ବାରା ନିର୍ଣ୍ଣୟ ନେବାର ପ୍ରକ୍ରିୟାରେ ବୃଦ୍ଧି ହେବ। ସୂଚନାଥାଉ, ଗତ ମାସରେ ଜିଏସଟି ପରିଶନର ୪୯ ତମ ବୈଠକରେ ରାଜ୍ୟର ମନ୍ତ୍ରୀଙ୍କ ଏକ ସମିତିର ଆପିଲିଏଟ୍ ଟ୍ରିବ୍ୟୁନାଲ୍‌କୁ ନେଇ ରିପୋର୍ଟରେ କିଛି ପରିବର୍ତ୍ତନ ସହ ସ୍ବୀକାର କରାଯାଇଥିଲା।

ନାଙ୍ଗିୟା ଆଣ୍ଡରସନ ଇଣ୍ଡିଆର ନିର୍ଦ୍ଦେଶକ ତନୁଶ୍ରୀ ରାୟ କହିଛନ୍ତି ଟ୍ରିବ୍ୟୁନାଲ୍ ସ୍ଥାପନା ଦ୍ବାରା ହାଇକୋର୍ଟ ଉପରେ ଚାପ କମ୍ ହେବ ଏବଂ କରଦାତାଙ୍କୁ ଆଶ୍ବସ୍ତି ମିଳିବ।

   Related Posts