୬ ଦଫା ଦାବିରେ ରାମତିର୍ଥରେ ତାଲା; ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ
6/01/2023 at 10:48 AM

କରଞ୍ଜିଆ ୦୬/୦୧: ଶିମିଳିପାଳ ଇକୋ ଟୋରିଜିମ ଭିତରେ ଥିବା ଯଶୀପୁର ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ଓ ଶିମିଳିପାଳ ପ୍ରବେଶ ଅନୁମତି କେନ୍ଦ୍ରରେ ତାଲା। ୬ ଦଫା ଦାବିରେ ସ୍ଥାନୀୟ ଲୋକମାନେ ସେଠାରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି। ଫଳରେ ପର୍ଯ୍ୟଟକମାନେ ନିରାଶ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି।
ରାମତିର୍ଥରେ ବଣଭୋଜି ପାଇଁ ଅନୁମତି, ମକର ମେଳାରେ ନିଶୁଳ୍କ ପ୍ରବେଶ, ଶିଶୁ ଉଦ୍ୟାନ ଓ ହରିଣ ଉଦ୍ୟାନ ପ୍ରତିଷ୍ଠା, ବୋଟିଂ ବ୍ୟବସ୍ଥା, ନଦୀର ଆରପଟେ ଥିବା ମନ୍ଦିରକୁ ଯିବାକୁ ଝୁଲା ପୋଲର ବ୍ୟବସ୍ଥା ଇତ୍ୟାଦି ଦାବି ପୂରଣ କରିବା ସେମାନେ କହିଛନ୍ତି। ଯଶୀପୁର ଜନ ସାଧାରଣ ରାମତିର୍ଥରେ ଥିବା ୨ଟି ଫାଟକରେ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023