ବାରକୋଟ ବ୍ଲକ ଅଫିସରେ ତାଲାବନ୍ଦ, ନିର୍ବାହୀ ଯନ୍ତ୍ରୀଙ୍କ କାମକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | February 03, 2023 IST

ଦେବଗଡ : ଶୁକ୍ରବାର ଦେବଗଡ ଜିଲ୍ଲା  ବାରକୋଟ ବ୍ଲକ କାର୍ଯ୍ୟାଳୟରେ ତାଲାବନ୍ଦ ହୋଇଛି । ବ୍ଲକ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିମାନେ ତାଲା ପକାଇଛନ୍ତି। ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରାନୀ ପଣ୍ଡା ଙ୍କୁ ବିରୋଧ କରି ତାଲାବନ୍ଦ କରିଛନ୍ତି । ନିର୍ବାଚିତ ପ୍ରତିନିଧି ମାନଙ୍କର ଅଭିଯୋଗ ହେଲା ଉନ୍ନୟନ ମୂଳକ କାର୍ଯ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସହଯୋଗ କରୁନାହାନ୍ତି।

ସେହିପରି ନିୟମିତ ଭାବେ କାର୍ଯ୍ୟାଳୟ କୁ ଆସୁନଥିବା ଯୋଗୁଁ ଅଞ୍ଚଳବାସୀଙ୍କ କୌଣସି କାର୍ଯ୍ୟ ସଠିକ ଭାବରେ ହୋଇପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି।  ଶୁକ୍ରବାର  ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ତାଲାବନ୍ଦ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ବଦଳି କରାନଗଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବାକୁ ବାରକୋଟ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.