ଲକ୍‌ଡାଉନ୍‌ ଅବଧି ୧୫ ଦିନ ବୃଦ୍ଧି କରିବେ ଏହି ରାଜ୍ୟ ସରକାର, ଜାଣନ୍ତୁ କଣ ହୋଇଛି ନିଷ୍ପତ୍ତି

Published By : Prameya-News7 Bureau | August 22, 2021 IST

ଚଣ୍ଡିଗଡ଼, ୨୨/୦୮: ରାଜ୍ୟରେ କୋଭିଡ୍‌ର ବର୍ତ୍ତମାନ ସ୍ଥିତିକୁ ନେଇ ହରିୟାଣା ସରକାର ରବିବାର ପୂର୍ବରୁ ଲଗାଯାଇଥିବା ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍‌ ଅଧିକ ୧୫ ଦିନ ଲାଗୁ ନେଇ ସରକାର ନିର୍ଣ୍ଣୟ ହୋଇଥିବା ଜଣାପଡ଼ିଛି । ଗତ ଲକ୍‌ଡାଉନ୍‌ରେ କରାଯାଇଥିବା କୋହଳ ଜାରି ରଖିବାକୁ ମଧ୍ୟ ଅନୁମତି ଦେବେ ସରକାର । ରାଜ୍ୟରେ ରେଷ୍ଟୁରାଣ୍ଟ, ବାର, ମଲ୍‌, କ୍ଲବ୍‌ ହାଉସ୍‌ ଏବଂ ଦୋକାନ ଖୋଲା ରହିବା ନେଇ ସରକାର ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ବିଜୟ ବର୍ଦ୍ଧନ ରବିବାର ଜାରି କରିଥିବା ଏକ ଆଦେଶରେ କହିଛନ୍ତି ଯେ, ହରିୟାଣା ରାଜ୍ୟରେ ମହାମାରୀ ଆର୍ଲଟ ସୁରକ୍ଷିତ ସ୍ତରରେ ରହିଛି । ୨୩ ଅଗଷ୍ଟ ସନ୍ଧ୍ୟା ୫ଟାରୁ  ୬ ସେପ୍ଟେମ୍ୱର ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବ । ଏହାସହିତ ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପୂର୍ବ ପରି କାମ କରିବ ବୋଲି ସରକାର ସ୍ଥିର କରିଛନ୍ତି ।

ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବରୁ ଅନୁମତି ଦିଆଯାଇଥିବା କାର୍ଯ୍ୟ ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ଅନୁଷ୍ଠାନ କିମ୍ବା ସରକାରୀ ବିଭାଗ ଦ୍ୱାରା ପରିଚାଳିତ ପ୍ରବେଶିକା କିମ୍ବା ନିଯୁକ୍ତି ପରୀକ୍ଷା କରାଯାଇଥିଲା । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ଏବଂ ବସିବା କ୍ଷମତା ସମ୍ବନ୍ଧୀୟ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ। ଆସନ୍ତା ଏକାଡେମିକ୍ ବର୍ଷରୁ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ସହ କାର୍ଯ୍ୟସୂଚୀ ବାଣ୍ଟିବାକୁ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.