ଲୋକସେବା ଭବନରେ ଲକ ଡାଉନ ଇମ୍ପାକ୍ଟ: ୨୭ଟି ବିଭାଗରେ ପଡିଛି ତାଲା

Published By : Prameya-News7 Bureau | March 23, 2020 IST

ଭୁବନେଶ୍ବର୨୩/୩: ଲୋକସେବା ଭବନରେ ବି ଲକଡାଉନର ପ୍ରଭାବ। ୬ଟି କ୍ରିଟିକାଲ ବା ଜରୁରୀକାଳିନ ବିଭାଗ ଏବଂ ୧୦ଟି ସେମି କ୍ରିଟିକାଲ ବିଭାଗକୁ ଛାଡି ଲୋକସେବା ଭବନର ବାକି ୨୭ଟି ବିଭାଗର ଅଫିସରେ ତାଲା ପଡିଛି । କେବଳ ଜରୁରୀ କାଳିନ ବିଭାଗର କର୍ମଚାରୀ ମାନଙ୍କ ଛଡା ଅନ୍ୟ ବିଭାଗର କର୍ମଚାରୀଙ୍କୁ ଲୋକସେବା ଭବନକୁ ପ୍ରବେଶ କରିବାକୁ ଦିଆଯାଉନି ।

ଲୋକସେବା ଭବନରେ  ଲକ ଡାଉନ ଇମ୍ପାକ୍ଟ । ଲୋକସେଭା ଭବନର ଜରୁରୀ କାଳୀନ ଅଫିସ ବ୍ୟତୀତ ଅନ୍ୟ ସବୁ ଅଫିସରେ ତାଲା। କରୋନା ସମୟରେ ଜରୁରୀ କାମ କରୁଥିବା ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ଏବଂ ନଗର ଉନ୍ନୟନ ବିଭାଗ , ଗୃହ ବିଭାଗ ସହ ଓସଡମା ଏବଂ ଏସଆରସିଙ୍କ ଅଫିସ ଚାଲୁ ରହିଛି । ଏହା ଛଡା ଶକ୍ତି, ରାଜସ୍ବ, ପୂର୍ତ୍ତ ବିଭାଗ ପରି ୧୦ ସେମି କ୍ରିଟିକାଲ ବିଭାଗର ବରିଷ୍ଠ ଅଧିକାରୀ କାମ କରୁଛନ୍ତି । ଏହା ଛଡା କୃଷି, ଉଚ୍ଚଶିକ୍ଷା, ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପରି ୨୬ ବିଭାଗରେ ପଡିଛି ତାଲା ।

ସରକାରଙ୍କ ଘୋଷଣା ସତ୍ବେ କିନ୍ତୁ ତାଲା ପଡିଥିବା ଅନେକ ବିଭାଗର କର୍ମଚାରୀ ମାନେ କିନ୍ତୁ ଅଫିସ ଆସିଥିଲେ । ହେଲେ ଲୋକସେଭାବଭନ ପ୍ରବେଶ ଉପରେ କଟକଣା ଲଗାଯାଇଥିବାରୁ ଯେଉଂ କର୍ମଚାରୀ ମାନଙ୍କର କାମ ନାହିଁ ସେମାନଙ୍କୁ ସୁରକ୍ଷା କର୍ମୀମାନେ ଭିତରକୁ ଛାଡି ନଥିଲେ ।

କୋରନା ଭାଇରସର ସଂକ୍ରମଣ ରୋକିବାକୁ ଭୁବନେଶ୍ବରରେ ଲକଡାଉନ ହୋଇଛି । ସରକାର ପୂର୍ବରୁ ଲୋକସେବା ଭବନର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀଙ୍କୁ ଆଗୁଆ ଛୁଟି ଦେଇଥିବାବେଳେ ଏବେ ୨୬ ବିଭାଗରେ ରୋକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.