ଲକ୍‌ଡାଉନ୍‌ ୩.୦ର ଗାଇଡ୍ ଲାଇନ୍ ଆସିଲା: କେଉଁ ଜୋନରେ କଣ କୋହଳ, କଣ ଖୋଲା ଆଉ କଣ ବନ୍ଦ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: ଦେଶରେ ମେ ୩ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌କୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହେଲେ ଦେଶକୁ ବିଭକ୍ତ କରାଯାଇଥିବା ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍‌ ପାଇଁ ଅଲଗା ଅଲଗା ଗାଇଡ୍‌ ଲାଇନ୍ସ ପ୍ରସ୍ତୁତ କରାଯାଇଛି। ରେଡ୍‌ ଜୋନରେ ଲକ୍‌ଡାଉନ୍‌ କଟକଣା ଜାରି ରହିଥିବା  ବେଳେ ଗ୍ରୀନ ଓ ଅରେଞ୍ଜ ଜୋନ୍‌ରେ ଅନେକ କିଛି ରିହାତି ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ରେଡ୍ ଜୋନରେ ଅନେକ ପ୍ରକାରର ପ୍ରତିବନ୍ଧକ ରହିବ। ଏହି ଜନୋରେ ସାଇକେଲ ରିକ୍ସା, ଅଟୋ ରିକ୍ସା, ଟ୍ୟାକ୍ସି ଓ କ୍ୟାବ୍ ସେବା ଉପଲବ୍ଧ ହେବ ନାହିଁ। ଏଠାରେ ପୂର୍ବବତ କଟକଣା ଜାରି ରହିବ।

କିଛି ଗତିବିଧି ପୂରା ଭାରତରେ ସବୁ ଜୋନ୍‌ରେ ବନ୍ଦ ରହିବ। ଏଥିରେ ବିମାନ ସେବା, ରେଳ, ମେଟ୍ରୋ ସହିତ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ,ପ୍ରଶିକ୍ଷଣ କେନ୍ଦ୍ର ଓ କୋଚିଂ ସଂସ୍ଥା ସାମିଲ।

ମେ ୧୭ ପର୍ଯ୍ୟନ୍ତ ଏ ସବୁ ରହିବ ବନ୍ଦ

୦ ଟ୍ରେନ, ବିମାନ ସେବା, ମେଟ୍ରୋ ସେବା ବନ୍ଦ ରହିବ।

୦ ସମସ୍ତ ଶିକ୍ଷାନୁଷ୍ଠାନ ମେ ୧୭ ପର୍ଯ୍ୟନ୍ତ ବନ୍ଦ ରହିବ।

୦ ମଲ, ସିନେମା ହଲ୍, ସ୍ପୋର୍ଟ୍ସ କ୍ଲବ ମଧ୍ୟ ବନ୍ଦ ରହିବ।

୦ ସ୍କୁଲ, କଲେଜ, ସଂସ୍ଥା, ଗେଷ୍ଟ ହାଉସ୍, ହୋଟେଲ, ରେସ୍ତୋରାଁ ବନ୍ଦ ରହିବ।

୦ ଖେଳ ପରିସର, ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସବୁ ପ୍ରକାରର  ସଭା ବନ୍ଦ ରହିବ।

୦ ଧାର୍ମିକ ସ୍ଥାନ/ ପୂଜା ସ୍ଥଳ ମଧ୍ୟ ବନ୍ଦ ରହିବ।

ରେଡ୍‌ ଜୋନ୍‌ରେ କଣ ଖୋଲିବ

ରେଡ୍‌ ଜୋନ୍‌ରେ ବଡ ସଂଖ୍ୟାରେ ଅନ୍ୟ ଗତିବିଧିର ଅନୁମତି ହେବ। ଗ୍ରାମାଞ୍ଚଳ କ୍ଷେତ୍ରରେ ସମସ୍ତ ନିର୍ମାଣ କାମ, ମନରେଗା କାମ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ଇଟା ଭାଟି ସାମିଲ।

ଗ୍ରୀନ ଜୋନ୍‌ରେ କଣ ଖୋଲିବ

୦ ଗ୍ରୀନ ଜୋନ୍‌ରେ ବସ୍ ଗଡିବ। କିନ୍ତୁ ୫୦ ପ୍ରତିଶତରୁ ଅଧିକ ଯାତ୍ରୀ ସେଥିରେ ଯାଇ ପାରିବେ ନାହିଁ।

୦ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିବ।

୦ ଗ୍ରୀନ ଜୋନ- ବସ୍‌ ଡିପୋରେ ୫୦ ପ୍ରତିଶତ କାମ କରିବେ।

୦ ଗ୍ରୀନ ଜୋନରେ ମଦ ଓ ପାନ ଦୋକାନ ଖୋଲା ରହିବ।

୦ ଗ୍ରୀନଜୋନ  ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି।  

ଅରେଞ୍ଜ ଜୋନରେ କଣ ଖୋଲିବ

ଅରେଞ୍ଜ ଜୋନରେ ଟ୍ୟାକ୍ସି ଓ କ୍ୟାବ୍‌ ଚାଲିବ। ଡ୍ରାଇଭର ଏବଂ ୨ ଯାତ୍ରୀଙ୍କୁ ଯାତାୟାତ ଲାଗି ଅନୁମତି ମିଳିବ। ଅରେଞ୍ଜ ଜୋନରେ ବ୍ୟକ୍ତି ଓ ବାହାନର ଆନ୍ତଃଜିଲ୍ଲା ଗମନାଗମନରେ କେବଳ କିଛି ଗତିବିଧି ପାଇଁ ଅନୁମତି ଦିଆଯିବ। ଚାରି ଚକିଆ ଗାଡିରେ ଡ୍ରାଇଭର ବ୍ୟତୀତ ଅଧିକାଂଶ ୨ ଯାତ୍ରୀ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.