ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁୟର୍କରେ ବଢିଲା ଲକ୍ ଡାଉନ୍ ସମୟସୀମା, ୨୯ ଅପ୍ରେଲ ପର୍ଯ୍ୟନ୍ତ ସବୁକିଛି ରହିବ ବନ୍ଦ

7/04/2020 at 8:23 AM

ନ୍ୟୁୟର୍କ ୭।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା । ଆମେରିକାରେ ଏହାର ବହୁଳ ପ୍ରଭାବ ପଡିଛି । ଆମେରିକାର ନ୍ୟୁୟର୍କରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ଲକ୍ ଡାଉନ୍ ଅବଧି ଏପ୍ରିଲ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ ଏହା ଘୋଷଣା କରିଛନ୍ତି । ନ୍ୟୁଜ୍ ଏଜେନ୍ସି AFP ଏ ନେଇ ସୂଚନା ଦେଇଛି ।

ଆମେରିକାର ନ୍ୟୁୟର୍କ କରୋନା ଭାଇରସ୍ ମହାମାରୀର କେନ୍ଦ୍ର ପାଲଟିଛି । ଅଧିକାଂଶ ରୋଗୀ ଏଠାରେ ସଂକ୍ରମିତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାରେ କରୋନା ଭାଇରସ୍ ଦ୍ବାରା ୩୪୭,୦୦୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ମୃତ୍ୟୁ ସଂଖ୍ୟା ୧୦,୦୦୦ରୁ ଅଧିକ ରହିଛି । ନ୍ୟୁୟର୍କରେ ୩,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଅପ୍ରେଲ ୨ ରୁ ୩ ମଧ୍ୟରେ ଗୋଟିଏ ଦିନରେ ନ୍ୟୁୟର୍କରେ ସର୍ବାଧିକ ମୃତ୍ୟୁ ଘଟିଥିଲା ​​।ଏଠାରେ ୨୪ ଘଣ୍ଟା ମଧ୍ୟରେ ୫୬୨ ଜଣଙ୍କର ମୃତ୍ୟୁ ହୋଇଥିଲା । ନ୍ୟୁୟର୍କରେ ପ୍ରତି ଅଢେଇ ମିନିଟରେ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ରେ ମୃତ୍ୟୁ ହେଉଛି । ଅପ୍ରେଲ ୪ ରୁ, ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ୬୩୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ରାଜ୍ୟପାଳ କୁଏମୋଙ୍କ ଅନୁଯାୟୀ, ଶୁକ୍ରବାର ସକାଳେ ମୃତ୍ୟୁ ସଂଖ୍ୟା ୨୯୩୫ ଥିଲା, ଯାହା ୨୪ଘଣ୍ଟା ମଧ୍ୟରେ ୩୫୬୫କୁ ବୃଦ୍ଧି ପାଇଥିଲା । ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି ।

   Related Posts