ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆଜିଠୁ ଅନ୍‌ଲକ୍‌-୧ : ୩ଟି ପର୍ଯ୍ୟାୟରେ କୋହଳ ହେବ କଟକଣା

1/06/2020 at 8:21 AM

ନୂଆଦିଲ୍ଲୀ ୦୧।୦୬: ଆଜିଠୁ ଦେଶରେ ଅନ୍ ଲକ୍ -୧ ଆରମ୍ଭ ହୋଇଛି । କଣ୍ଟେନମେଣ୍ଟ ଜୋନ ବ୍ୟତୀତ ବାକି ପୂରା ଦେଶରେ ଅନେକ ଜିନିଷ ପ୍ରତି କୋହଳ କରାଯାଇଛି । ଗତକାଲି ଲକଡାଉନ ୪.୦ ଅବଧି ସରିଥିବା ବେଳେ ଜୁନ ୩୧ ଯାଏ ଲକଡାଉନକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପରିସ୍ଥିତିକୁ ଦେଖି ୩ଟି ପର୍ଯ୍ୟାୟରେ ଅନ୍ ଲକ ହେବ । କେନ୍ଦ୍ର ସରକାରଙ୍କ ଅନଲକ୍-୧ ଗାଇଡଲାଇନ୍ ଅନୁସାରେ, ପ୍ରଥମ ଫେଜରେ ୮ଜନ୍  ରୁ ଖୋଲିବ ଧର୍ମାନୁଷ୍ଠାନ୍ । ପୂଜା ଆରାଧନା ପାଇଁ ସାଧାରଣ ଲୋକଙ୍କୁ ମିଳିବ ଅନୁମତି । ତେବେ କୌଣସି ଉତ୍ସବକୁ ଅନୁମତି ମିଲିବନି ।

ସେହିଭଳି ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ ସହ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ଅନୁଷ୍ଠାନ ଗୁଡ଼ିକ ଖୋଲିବ । ଏସବୁ ସ୍ଥାନରେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି।  ସେହିପରି ନାଇଟ୍ କର୍ଫ୍ୟୁ କ୍ଷେତ୍ରରେ କିଛିଟା କୋହଳ କରାଯାଇଛି । ପୂର୍ବରୁ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଆଜିଠୁ ରାତି ୯ରୁ ଭୋର୍ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ।

ଫେଜ ଓ୍ୱାନ୍‌- ୮ଜନ୍  ରୁ ଖୋଲିବ ଧର୍ମାନୁଷ୍ଠାନ୍ । ପୂଜା ଆରାଧନା ପାଇଁ ସାଧାରଣ ଲୋକଙ୍କୁ ମିଳିବ ଅନୁମତି। ତେବେ କୌଣସି ଉତ୍ସବକୁ ଅନୁମତି ମିଲିବନି ।

ଫେଜ୍ ଟୁ’- ଅର୍ଥାତ୍ ଜୁଲାଇମାସରେ ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ, କୋଚିଂ  ଓ ଟ୍ରେନିଂ ସେଣ୍ଟର ଖୋଲିବାକୁ ମିଳିବ ଅନୁମତି । ତେବେ ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ସହ ଆଲୋଚନା ପରେ ଅନୁମତି ଦେବେ କେନ୍ଦ୍ର ସରକାର ।

ଫେଜ୍ ଥ୍ରି – ପରିସ୍ଥିତିକୁ ନଜରରେ ରଖି ଏହି ସବୁ ଆକ୍ଟିଭିଟିକୁ ଆରମ୍ଭ କରିବା ନେଇ ବିଚାର କରାଯିବ । ଯେମିତିକି ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ବିମାନଯାତ୍ରୀ , ମେଟ୍ରୋ ରେଲ୍, ସିନେମା ହଲ, ଜିମ୍, ସୁଇମିଂପୁଲ୍, ଏଣ୍ଟରଟେନ୍ମେଣ୍ଟ ପାର୍କ, ଥିଲଟର, ବାର୍, ଅଡିଟୋରିଅମ୍, ଆସେମ୍ବ୍ଲି ହଲ । ଅର୍ଥାତ୍ ଏସବୁ କିଛି ମଧ୍ୟ ଆଗକୁ ଆହୁରି କିଛି ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡ଼ା, ଏଣ୍ଟରଟେନମେଣ୍ଟ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ସଭା ବା ଉତ୍ସବ ବର୍ତ୍ତମାନ ପାଇଁ ବନ୍ଦ ରହିବ ।

   Related Posts