ଲକଡାଉନ୍ ୩.୦ରେ CAT ଗାଇଡଲାଇନସ୍; ଗ୍ରୀନ ଜୋନରେ ଖୋଲିବ କୋର୍ଟ, ରେଡ୍-ଅରେଞ୍ଜ ଜୋନରେ ଜରୁରୀ ମାମଲାର ନିୟମ ଅନୁଯାୟୀ ଶୁଣାଣି
2/05/2020 at 9:12 PM

ନୂଆଦିଲ୍ଲୀ, ୦୧।୦୫: କେନ୍ଦ୍ର ସରକାର ଲକଡାଉନକୁ ମେ ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହା ମଧ୍ୟରେ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଲକଡାଉନ୍ ସମୟରେ ଗ୍ରୀନ୍ ଜୋନରେ ସମସ୍ତ କୋର୍ଟ, ବେଞ୍ଚ୍ ଖୋଲା ରହିବ ବୋଲି ସୂଚନା ମିଳିଛି ।
କୋର୍ଟ କାର୍ଯ୍ୟ ବେଳେ ସମସ୍ତ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କୋର୍ଟରେ ସାନିଟାଇଜର, ସାମାଜିକ ଦୂରତା ଓ ଡାଇରେକ୍ଟ କଣ୍ଟାକ୍ଟକୁ ପ୍ରତିହତ କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହି ଗାଇଡଲାଇନ୍ ହାଇକୋର୍ଟରେ ମଧ୍ୟ ପାଳନ କରାଯିବ । ଏହି ସମସ୍ତ ବେଞ୍ଚର ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ୍ ଏନେଇ ବାର୍ ଆସୋସିଏସନର ସଭାପତିଙ୍କ ସହ ଆଲୋଚନା କରିଛି ।
ଅରେଞ୍ଜ୍ ଓ ରେଡ୍ ଜୋନରେ କୌଣସି ମାମଲାର ଆବେଦନ ଇମେଲ୍ ଜରିଆରେ କରିବାକୁ କୁହାଯାଇଛି । ପ୍ରଥମେ ଆବେଦନକର୍ତ୍ତା ବେଞ୍ଚର ରେଜିଷ୍ଟ୍ରାରଙ୍କୁ ମେଲ୍ କରିବେ । ଏହାପରେ ରେଜିଷ୍ଟ୍ରାର୍ ପ୍ରତିପକ୍ଷ ଓକିଲଙ୍କୁ ଏନେଇ ଅବଗତ କରିବେ । ଯଦି ଆବଶ୍ୟକ ପଡେ ତେବେ କେସର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟ ୟୁନିଫର୍ମରେ ହେବ ବୋଲି ସୂଚନା ଦିଆଯାଇଛି ।