AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ସରିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ : ଆଜିଠୁ ତୃତୀୟ ପର୍ଯ୍ୟାୟ , ଆସନ୍ତା ୧୭ ତାରିଖ ଯାଏଁ ଲାଗୁ ରହିବ ଲକ୍‌ଡାଉନ୍‌ ଅବଧି

4/05/2020 at 7:22 AM

ଭୁବନେଶ୍ୱର ୦୪।୦୫: ଆଜିଠାରୁ ଲକ୍ ଡାଉନ୍ ୩.୦ । ଦେଶବ୍ୟାପୀ ଲକ୍ ଡାଉନ୍ ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ୪୦ ଦିନର ଲକ୍ ଡାଉନ୍  ଅଭିଜ୍ଞତାର ଲାଭ ତୃତୀୟ ପର୍ଯ୍ୟାୟରେ ହାସଲ ହେବାର ଅନୁମାନ କରାଯାଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନ୍  ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରାୟ ୧୦୦ଟି ନିର୍ଦ୍ଦେଶନାମା ରାଜ୍ୟ ସରକାର ସକ୍ରିୟତା ସହ ପାଳନ କରିଥିବା ଜଣାପଡ଼ିଛି।

କେନ୍ଦ୍ର ସହ ଉତ୍ତମ ରୂପେ ସମନ୍ବୟ ପ୍ରତିଷ୍ଠା କରିବାରେ ମଧ୍ୟ ଓଡ଼ିଶା ସଫଳ ରହିଛି। ତେଣୁ ତୃତୀୟ ପର୍ଯ୍ୟାୟରେ ଅନେକ ରିହାତି ସହିତ ରାଜ୍ୟ ସରକାର ସାମାଜିକ ଦୂରତ୍ବ ତଥା ଅନ୍ୟାନ୍ୟ ଗାଇଡଲାଇନ୍ ଗୁଡ଼ିକର ଅନୁପାଳନ ପାଇଁ ତତ୍ପରତା ପ୍ରକାଶ କରିବେ। ଲକ୍ ଡାଉନ୍ ଅବଧି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହାସହିତ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର କେଉଁ ସହର କେଉଁ ଜୋନ ଅନ୍ତର୍ଭୁକ୍ତ ସେ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ସବୁ ଜିଲ୍ଲାପାଳ ଓ ପୌର କମିସନରଙ୍କୁ ଏ ସଂକ୍ରାନ୍ତରେ ଜଣାଇଛନ୍ତି । ଏହା ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମକୁ ରେଡ ଜୋନରେ ଶ୍ରେଣୀଭୂକ୍ତ କରାଯାଇଛି । ସେହିପରି ବିଏମସିକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାର ବାକି ଅଞ୍ଚଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ କେନ୍ଦୁଝର, ଦେବଗଡ଼ ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ ଅରେଞ୍ଜ ଜୋନ କାଟାଗୋରୀରେ ରଖାଯାଇଛି। ଅବଶିଷ୍ଟ ୧୬ ଜିଲ୍ଲା ଗ୍ରୀନ ଜୋନରେ ରଖାଯାଇଛି।

ଅତିରିକ୍ତ ଗାଇଡଲାଇନ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି। ଏବେ ରେଡ ଅରେଞ୍ଜ ଗ୍ରୀନ ଜୋନର ସାପ୍ତାହିକ ସମୀକ୍ଷା କରାଯିବ। ରୋଗୀ ଚିହ୍ନଟ ଅନୁଯାୟୀ ଜିଲ୍ଲାଗୁଡ଼ିକ କାଟାଗୋରାଇଜ୍  କରାଯିବ।  ଯେଉଁଠାରେ କୌଣଁସି ରୋଗୀ ଚିହ୍ନିତ ହୋଇନାହାନ୍ତି କିମ୍ବା ଗତ ୨୧ ଦିନ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ସେସବୁକୁ ଗ୍ରୀନ ଜୋନରେ ରଖାଯାଉଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ରୋଗୀ ଦ୍ବିଗୁଣା ହେଉଥିବା ସଂଖ୍ୟାକୁ ନେଇ ରେଡ ଜୋନ ଘୋଷିତ କରାଯାଇଛି । ଯେଉଁଗୁଡ଼ିକ ରେଡ ଏବଂ ଗ୍ରୀନ ଜୋନ କାଟାଗୋରିରେ ନ ଆସୁଛନ୍ତି ସେମାନଙ୍କୁ ଅରେଞ୍ଜ ଜୋନ କରାଯାଉଛି।  ଯେଉଁ ଜିଲ୍ଲାରେ ଏକାଧିକ ମୁନିସିପାଲିଟି ଅଞ୍ଚଳ ରହିଛି ସେଠାରେ ରୋଗୀ ଚିହ୍ନଟକୁ ଦେଖି ଅଲଗା ଅଲଗା ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ବର ମହାନଗର ନିଗମକୁ ରେଡ ଜୋନ ରଖାଯାଇଛି ଏବଂ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଭାଗ ଅରେଞ୍ଜ ଜୋନରେ ରଖାଯାଇଛି।

   Related Posts