ପୁନମ୍‌ଙ୍କ ବିବାଦୀୟ ବୟାନ ; କହିଲେ- ଯଦି ଚାର୍ଜସିଟ୍‌ରୁ ବଞ୍ଚିଗଲି, ପୁଣି ହେବି ଟପ୍‌ଲେସ୍‌

Published By : Prameya-News7 Bureau | April 02, 2022 IST

ନୂଆଦିଲ୍ଲୀ ୦୨।୦୪ : କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା।  ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌ ତାଙ୍କ ବୋଲ୍ଡନେସ୍‌ ସହ ବୋଲ୍ଡ ଇମେଜ୍‌ ପାଇଁ ବେଶ ଜଣାଶୁଣା ।

ବର୍ତ୍ତମାନ ପୁନମ୍‌ ଏବେ ଏପରି କିଛି କହିଛନ୍ତି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ପୁନମ୍‌ ତାଙ୍କ ପ୍ରଶଂସକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ କ୍ୟାମେରା ଆଗରେ ଲାଇଭ୍ ଟପଲେସ୍ ହେବେ । କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ଏବଂ ଯଦି ସେହି ସର୍ତ୍ତ ପୂରଣ ହୁଏ, ତେବେ ସେ ସମସ୍ତଙ୍କ ସାମ୍ନାରେ ନିଜ ଟି-ସାର୍ଟ ବାହାର କରିବେ । ଆଗରୁ ଥରେ ମଧ୍ୟ ଏମିତି ଟପଲେସ୍ ହେବାର ପ୍ରତିଶୃତି ଦେଇଥିଲେ ପୁନମ୍‌ । ଏବେ ପୁଣି ଥରେ ପ୍ରଶଂସକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି, ଯାହା ପରେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଲକ୍ଅପ୍ ଭିତରେ ସମସ୍ତ ସହ-ପ୍ରତିଯୋଗୀଙ୍କ ସମ୍ମୁଖରେ ପ୍ରଶଂସକମାନଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି ।

ପୁନମ୍‌ ପାଣ୍ଡେ ତାଙ୍କ ସହ-ପ୍ରତିଯୋଗୀଙ୍କ ସାମ୍ନାରେ ଏହି ପ୍ରତିଶ୍ରୁତି ଦେଇ କହିଥିଲେ, 'ନମସ୍କାର, ଯିଏ ବି ଶୁଣୁଛ, ମୋତେ ଚାର୍ଜସିଟରୁ ଉଦ୍ଧାର କର, ମୁଁ ଭଗବାନଙ୍କୁ ଶପଥ କରୁଛି ଯେ ମୁଁ ତୁମକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଟ୍ରେଲର ଦେଖାଇବି । ମୁଁ ଏହାକୁ କ୍ୟାମେରା ଲାଇଭରେ ଟପ୍‌ଲେସ୍‌ ହୋଇ ଦେଖାଇବି । ଆପଣମାନେ ଭୋଟ୍ ଦେଇ ମୋତେ ବଞ୍ଚାନ୍ତୁ, ତା’ପରେ ଦେଖନ୍ତୁ ଏହି ଜେଲରେ କ’ଣ କ’ଣ ଘଟୁଛି । ପୁନମ୍‌ ପାଣ୍ଡେଙ୍କୁ ପରିହାସ କରି ବିନିତ୍‌ କହିଛନ୍ତି ଯେ ସେ କିଛି କରିବେ ନାହିଁ ଏବଂ କେବଳ ସମସ୍ତଙ୍କୁ ବୋକା ବନାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.