ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଛାତ୍ରର ମୁଣ୍ଡ ଫାଟିବା ଘଟଣାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ତାଲା, ସମାଧାନ କଲା ପୋଲିସ୍‌

27/09/2022 at 10:56 PM

ଖୁଣ୍ଟା,୨୭/୦୯: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ପଥରା ଗ୍ରାମରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୀର୍ଘ ୨ ଘଣ୍ଟା ଧରି କେନ୍ଦ୍ରରେ ଗ୍ରାମବାସୀ ମାନେ ତାଲା ପକାଇଥିବା ଜଣାପଡ଼ିଛି । ଯାହାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଛି ।

ଶ୍ରେଣୀଗୃହରେ ଥିବା ଲୁହାରଡରେ ବାଜି ଛୋଟ ଶିଶୁର ମୁଣ୍ଡ ଫାଟିଯିବାରୁ ରକ୍ତାକ୍ତ ଅବସ୍ଥାରେ ତାକୁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଇଥିଲା । ତେବେ ଅଙ୍ଗନୱାଡ଼ି କର୍ମୀ ପାନମଣି ମାରଣ୍ଡିଙ୍କ ଦାଇତ୍ଵ ହିନକାର୍ଯ୍ୟ ପାଇଁ ପୁଅର ମୁଣ୍ଡ ଫାଟିଥିବା ଅଭିଯୋଗ ଆଣି ଗ୍ରାମର ୫୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମେତ ଆହତ ଛାତ୍ରର ଅଭିଭାବକ ଶ୍ରେଣୀଗୃହରେ ଥିବା ଅଙ୍ଗନୱାଡ଼ୀ କର୍ମୀ ଓ ତାଙ୍କର ହେଲପେରଙ୍କୁ ତାଲା ପକାଇବା ସହିତ ଧାରଣାରେ ବସି ଘଟଣାର ପ୍ରତିବାଦ କରିଥିଲେ । ଘଟଣା ସଂମ୍ପର୍କରେ ଆଇସିଡିଏସ ବିଭାଗ ଖବର ପାଇ ଖୁଣ୍ଟା ଥାନାକୁ ଜଣାଇଥିଲେ ଏବଂ ଘଟଣାସ୍ଥଳରେ ଖୁଣ୍ଟା ଥାନା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ଵରେ ଅନ୍ୟ ପୋଲିସ କର୍ମକର୍ତ୍ତାଙ୍କ ସମେତ ସଂପୃକ୍ତ ସେକ୍ଟରର ଅଙ୍ଗନୱାଡ଼ି ସୁପରଭାଇଜର ମାମିନା ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନାକରିଥିଲେ । ସମ୍ପୃକ୍ତ ପିଲାର ମୁଣ୍ଡ ଫାଟିବା ଘଟଣା ସହିତ ଅନ୍ୟାନ୍ୟ କେତେକ ସମସ୍ୟାର ସମାଧାନ କରିଥିଲେ । ପରବର୍ତୀ ସମୟରେ ଉତ୍ୟକ୍ତ ଗ୍ରାମବାସୀମାନେ ଶାନ୍ତ ହେବା ସହିତ ଶ୍ରେଣୀଗୃହର ତାହା ଖୋଲିଥିଲେ ।

   Related Posts