ରାମତୀର୍ଥ ଓ ଶିମିଳିପାଳ ପ୍ରଵେଶ ଅନୁମତି କେନ୍ଦ୍ରରେ ତାଲା, ପର୍ଯ୍ୟଟକ ନିରାଶ

Published By : Prameya-News7 Bureau | January 06, 2023 IST

କରଞ୍ଜିଆ ୦୬/୦୧: ଶିମିଳିପାଳ ଇକୋ ଟୁରିଜିମ ଭିତରେ ସ୍ଥାନ ପାଇଥିବା ଯଶୀପୁର ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ଓ ଶିମିଳିପାଳ ପ୍ରବେଶ ଅନୁମତି କେନ୍ଦ୍ରରେ ତାଲା ପକାଇଲେ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ଲୋକେ । ୬ ଦଫା ଦାବି ନେଇ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ଲୋକେ ।

ଯାହା ଫଳରେ ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି, ରାମତୀର୍ଥରେ ବଣଭୋଜି ପାଇଁ ଅନୁମତି, ମୟୁରଭଞ୍ଜର ଗଣ ପର୍ବ ମକର ମେଳାରେ ନିଶୁଳ୍କ ପ୍ରବେଶ, ପୂର୍ବ ପ୍ରତିଶୃତି ଅନୁଯାୟୀ ଶିଶୁ ଉଦ୍ୟାନ ଓ ହରିଣ ଉଦ୍ୟାନ ପ୍ରତିଷ୍ଠା, ବୋଟିଂ ବ୍ୟବସ୍ଥା, ନଦୀର ଅପର ପାଶ୍ୱର୍ରେ ଥିବା ମନ୍ଦିରକୁ ଯିବା ପାଇଁ ଝୁଲା ପୋଲର ବ୍ୟବସ୍ଥା ଏବଂ ରାମତୀର୍ଥର ମୁଖ୍ୟ ଆକର୍ଷଣ କୁହାଯାଉଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପୁନର୍ବାର ଚାଲୁ କରିବା ଦାବିରେ ଆଜି ଯଶୀପୁର ଜନ ସାଧାରଣ ଦୁଇଟି ଫାଟକରେ ତାଲା ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.