ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଅଙ୍ଗନୱାଡ଼ିରେ ସହାୟିକା ଓ ସେବିକା ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ, କେନ୍ଦ୍ରରେ ପଡିଲା ତାଲା

25/11/2022 at 11:31 AM

ସାଲେପୁର ୨୫/୧୧: କଟକ ଜିଲ୍ଲା ସାଲେପୁର ବ୍ଳକ ତେନ୍ତୋଳ ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ସହାୟିକା ଓ ସେବିକା ପଦବୀପାଇଁ ଯୋଗ୍ୟତା ଭିତ୍ତିରେ ଦିଆଯାଇନି ନିଯୁକ୍ତି । ଚଂଚକତା କରାଯାଇ ନିଯୁକ୍ତି ବିରୋଧକରି ତଲାପକାଇଲେ ଗ୍ରାମବାସୀ ।

ଗତ କିଛିଦିନ ହେବ ତେନ୍ତୋଳ ଅଙ୍ଗନୱାଡ଼ି କେନ୍ଦ୍ର-୨ର ପରିଚାଲିକା ସେବାରୁ ନିବୃତ ହେବାପରେ ପଦବୀଟି ଖାଲି ପଡିଥିଲା । ଏହି ପଦବୀ ପାଇଁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନକରି ପ୍ରଶାସନିକ ଅଧିକାରୀମାନେ କୌଣସି ସାକ୍ଷାତକାର ପରୀକ୍ଷା ନକରି ଚଂଚକତା କରି ଉକ୍ତ ପଦବୀରେ ସହାୟିକା ବିଚିତ୍ରା ବେହେରାକୁ ନିଯୁକ୍ତି ଦେଇଛନ୍ତି । ଗ୍ରାମବାସୀ ମାନେ ତେନ୍ତୋଳ ଅଙ୍ଗନୱାଡ଼ି କେନ୍ଦ୍ର୨ରେ ତାଲା ପକାଇ ବିରୋଧ କରିଛନ୍ତି ।

ସିଡିପିଓ ଏହାକୁ ଖଣ୍ଡନ କରିବା ସହ କୌଣସି ଅନିୟମିତତା ହୋଇନାହିଁ ବୋଲି କହିଛନ୍ତି । ଏନେଇ ସରକାରଙ୍କ ଗାଇଡ ଲାଇନ ଅନୁସାରେ ୧୫ ଦିନପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ପିଆରଆଇ ମେମ୍ବରଙ୍କୁ ଜଣାଇବା ସହ ଲୋକମାନଙ୍କର ଦସ୍ତଖତ ନିଆଯାଇଛି । ଏଥିସହ ଅଙ୍ଗନୱାଡ଼ି କେଦ୍ର ଓ ପଂଚାୟତ କାର୍ଯ୍ୟାଳୟରେ ନୋଟିସ ମରାଯାଇ ବିଧିବଦ୍ଧଭାବେ କରାଯାଇଛି । କୌଣସି ଅନିୟମିତତା ହୋଇନାହିଁ ସରକାରଙ୍କ ଗାଇଡିଲାଇନ ଅନୁସାରେ ହୋଇଛି ବୋଲି ସେ କହିଛନ୍ତି ।

   Related Posts