ଠାବ ହେଲା ସୁନ୍ଦରୀ ; ସାତକୋଶିଆ ବାଘମୁଣ୍ଡା ଜଙ୍ଗଲରେ ଅଛି ବାଘୁଣୀ ସୁନ୍ଦରୀ

Published By : Prameya-News7 Bureau | October 25, 2018 IST

ଅନୁଗୋଳ ୨୫|୧୦: ସାତକୋଶିଆ ବାଘମୁଣ୍ଡା ଜଙ୍ଗଲରେ ବାଘୁଣୀ ସୁନ୍ଦରୀ । ବାଘମୁଣ୍ଡା ନେଚର୍ କ୍ୟାମ୍ପ୍ ନିକଟରେ ଏହାକୁ ଠାବ କରାଯାଇଛି । ଏହି ଅଞ୍ଚଳରେ ଟ୍ରାଙ୍କୁଲାଇଜିଂ ଟିମ୍ କ୍ୟାମ୍ପ୍ କରି ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ । ତେବେ ଘଞ୍ଚ ଜଙ୍ଗଲ ଯୋଗୁଁ ଟ୍ରାଙ୍କୁଲାଇଜ୍ କରିବାରେ ଅସୁବିଧା ହେଉଛି । ଏପଟେ ଲୋକଙ୍କ ଗହଳି ଯୋଗୁଁ ବାଘୁଣୀ ବୁଦା ବାହାରକୁ ଆସୁନି । ସୁନ୍ଦରୀ ରହିଥିବା ସ୍ଥାନରୁ ଅନ୍ତତଃ ୨ରୁ ୩କିଲୋମିଟର ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଫିଲ୍ଡ ଡାଇରେକ୍ଟର ଆସିବେ । ତାଙ୍କ ସହ ଆଲୋଚନା ପରେ ଅଧିକ ଟ୍ରାଙ୍କୁଲାଇଜିଂ ଟିମ୍ ସାତକୋଶିଆ ଆସିବେ । ଏବେ ଓୟୁଏଟି, ଶିମିଳିପାଳ ଏବଂ ନନ୍ଦନକାନନର ଟ୍ରାଙ୍କୁଲାଇଜେସନ୍ ଟିମ୍ ସାତକୋଶିଆରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.