ଚୋରି ଅଭିଯୋଗରେ ଯୁବକକୁ ବାନ୍ଧିଦେଲେ ଖୁଣ୍ଟରେ, ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | June 10, 2022 IST

ବ୍ରହ୍ମପୁର ୧୦।୬: ବ୍ରହ୍ମପୁର ଶରଧାବାଲି ଅଞ୍ଚଳରେ ଜଣେ ଯୁବକଙ୍କୁ ଚୋରି କରିଥିବା ଅଭିଯୋଗରେ ବାନ୍ଧିଲେ ସ୍ଥାନୀୟ ଲୋକ । ଖୁଣ୍ଟରେ ହାତକୁ ଦଉଡିରେ ବାନ୍ଧି ରଖିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଶା କରାଯାଉଛି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.