ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡ଼କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
5/03/2020 at 4:41 PM

ବୌଦ୍ଧ୫/୩: ଏବେ ବି ବଞ୍ଚିଛି ମଣିଷ ପଣିଆ। ରାସ୍ତାରେ ମଣିଷ ରକ୍ତାତ ଅବସ୍ଥାରେ ପଡିଥିଲେ ଲୋକେ ମୁହଁ ବୁଲାଇ ଦେଇ ଚାଲି ଯାଉଛନ୍ତି। ହେଲେ ବୌଦ୍ଧ ଜିଲ୍ଲାର ମାର୍ଦ୍ଧିଆ ଗ୍ରାମ ନିକଟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ରକ୍ତାତ ହୋଇ ଗୁରୁତର ଅବସ୍ଥାରେ ପଡି ରହିଥିବା ମାଙ୍କଡ଼କୁ ସ୍ଥାନୀୟ ଲୋକେ, ଅଗ୍ନିଶମ କର୍ମଚାରୀ ଏବଂ ବନ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି।

ଯନ୍ତ୍ରଣାରେ ଛଟପଟ ହୋଇଥିବା ମାଙ୍କଡ଼ର ଗୋଡ଼ ଓ ମୁଣ୍ଡ ଫାଟି ରକ୍ତ ବାହାରୁଥିଲା। ସ୍ଥାନୀୟ ଲୋକେ ମାଙ୍କଡ଼ର କଷ୍ଟ ସହି ନ ପାରି ବନ ବିଭାଗକୁ ଖବର ଦେଇଥିଲେ। ବନ ଓ ଅଗ୍ନିଶମ ବିଭାର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ାକୁ ଉଦ୍ଧାର କରିଥିଲେ।

ସ୍ଥାନୀୟ ଲୋକେ ମଧ୍ୟ ମାଙ୍କଡ଼ାଟିକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ଉଦ୍ଧାର କରିବା ପରେ ତାକୁ ପୁରୁଣାକଟକ ସ୍ଥିତ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଚିକିତ୍ସା ହେବା ପରେ ମାଙ୍କଡ଼ର ଦେହ ଭଲ ଥିବା ପୁରୁଣାକଟକ ରେଞ୍ଜ ଅଧିକାରୀ କହିଛନ୍ତି। ଗୋଟିଏ ମାଙ୍କଡ଼ାକୁ ଉଦ୍ଧାର କରି ଚିକିତ୍ସା କରି ସୁସ୍ଥ କରିବା ପରେ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପ୍ରାଣୀ ଚିକିତ୍ସା ଡାକ୍ତର ପ୍ରଂଶସା କରିଛନ୍ତି।