ପାନୀୟ ଜଳର ଉତ୍କଟ ସମସ୍ୟା, ରାସ୍ତାରେ ଗରା ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟଲୋକ

Published By : Prameya-News7 Bureau | February 29, 2024 IST

ଆଠଗଡ଼ ୨୯।୨: ପିଇବା ପାଣି ଉତ୍କଟ ସମସ୍ୟା ପାଇଁ ରାସ୍ତାରେ ଗରା ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ । ପୁରୁଣା କଟକ ସମ୍ବଲପୁର ରାସ୍ତା ବୀରକିଶୋରପୁର ମଙ୍ଗଳା ମନ୍ଦିର ନିକଟରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ ।

ଅନ୍ୟପଟେ ଏହି ରାସ୍ତା ୬୫ ନମ୍ୱର ଜାତୀୟ ରାଜପଥ ଖୁଣ୍ଟୁଣୀ ନରସିଂହପୁର ହୋଇ ଥିବାରୁ ପଶ୍ଚିମ ଓଡ଼ିଶା ଓ ବଡ଼ମ୍ବା ନରସିଂହପୁର କୁ ଯାତାୟାତ ଠପ୍ ହୋଇଯାଇଛି । ଆଠଗଡ NACର ୯ ଓ ୧୬ ନମ୍ବର  ଓ୍ବାର୍ଡର ମହିଳା ଓ ପୁରୁଷ ଦୀର୍ଘଦିନ ଧରି ପିଇବା ପାଣି ଅସୁବିଧା ପାଇଁ ଦାବି କରି ଆସୁଥିଲେ । ତିନି ଦିନ ହେବ ପିଇବା ପାଣି ନମିଳୁଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ କୌଣସି ସୁଫଳ ନମିଳିବାରୁ ଶେଷରେ ଗରା, ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ଓ୍ବାର୍ଡବାସୀ । ଏହି ରାସ୍ତା ଦେଇ ନରସିଂହପୁର, ଅନୁଗୁଳ, ଢେଙ୍କାନାଳ ଯାଉଥିବା ଯାତ୍ରୀମାନେ ଅଟକି ରହିଛନ୍ତି । ଅଟକିଛି ଗାଡି ମଟର, ଘଟଣାସ୍ଥଳରେ ଆଠଗଡ ଏସ୍‌ଡିପିଓ ଓ ଆଠଗଡ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରୁଛନ୍ତି ।

You Can Read :

wp:embed {"url":"https://www.prameyanews7.com/youth-enters-into-the-water-resources-department-office-beat-up-the-staff-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-enters-into-the-water-resources-department-office-beat-up-the-staff-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.